Odisha news

ତିର୍ତ୍ତୋଲରେ ବିଜେପିର ଭର୍ଚୁଆଲ ରାଲି : ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର : ଧମେନ୍ଦ୍ର ପ୍ରଧାନ

0

ତିର୍ତ୍ତୋଲ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେପିର ଭର୍ଚୁଆଲ ରାଲି ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବକ୍ତବ୍ୟ ରଖି ମୋଦୀ ସରକାର କରୋନା ସମୟରେ ଓଡିଶା ପାଇଁ ୨୨ହଜାର ୨୭୬ କୋଟି ଯୋଗାଇଦେଇ ସମ୍ବେଦନ ସରକାରର ପରିଚୟ ଦେଇଥିବାବେଳେ ଏହି ସମୟରେ ରାଜ୍ୟ ସରକାର ଜନସାରଣଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ।

ଲୋକଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି । ମୋଦି ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇଦେଇଥିବାବେଳେ ରାଜ୍ୟସରକାର ଏପର୍ଯ୍ୟନ୍ତ ଏହି ଯୋଜନା ଲାଗୁ କରିନାହାନ୍ତି । ଏହି ଯୋଜନା ରାଜ୍ୟରେ ଲାଗୁହେଲେ ଲକ୍ଷାଧିକ ଗରିବ ଉପକୃତ ହେବେ । କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବ୍ୟକ୍ତି ପିଛା ୫କେଜି ଚାଉଳ ଓ ପରିବାର ପିଛା ୧କେଜି ଡାଲି ଦେବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ପ୍ରବାସୀଙ୍କୁ ଆତ୍ନ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ।

ବିଜେପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶୃତି ମଧ୍ୟରୁ ଗୋଟିଏ ପ୍ରତିଶୃତି ମଧ୍ୟ ରାଜ୍ୟସରକାର ପାଳନ କରିନାହାନ୍ତି ବୋଲି ରାଜ୍ୟସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ । ମୋଦୀ ସରକାର ଓଡିଶାକୁ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ । ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କଟିବଦ୍ଧ ଥିବା ମୋଦୀ ସରକାରଙ୍କ ହାଠମୁଠାକୁ ଟାଣ କରିବା ପାଇଁ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ତିର୍ତ୍ତୋଲବାସୀଙ୍କ ଭୋଟ ଓଡିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ତୀବ୍ର ସମାଲୋଚନା କରି ରାଜ୍ୟ ସରକାର ୨୦ବର୍ଷ ଧରି ରାଜ୍ୟରେ ବିକାଶ ହୋଇଛି ବୋଲି ପ୍ରଚାର କରୁଛନ୍ତି ମାତ୍ର ବିକାଶ ହୋଇଛି କି ବୋଲି ପ୍ରଶ୍ନ କରିଥିଲେ । ପାରାଦ୍ୱୀପ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶର ପ୍ରବେଶ ଦ୍ୱାର ହେବାକୁ ଯାଉଛି ବୋଲି କହିଥିଲେ ।

ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ତିର୍ତ୍ତୋଲ ସୂତା ମିଲର ପୁରନୁରୁଦ୍ଧାର ସହ ତିର୍ତ୍ତୋଲର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ପ୍ରତିଶୃତି ବଦ୍ଧ ବୋଲି କହିଥିଲେ । ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତ ସିଂହାର, ଜଗତସିଂହପୁର ପ୍ରଭାରୀ ଶାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ତିର୍ତ୍ତୋଲସ୍ଥିତ ବିଜେପି କାର୍ଯ୍ୟାଳୟରେ ଜିଲା ସଭାପତି ସତ୍ୟବତ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ଉପସଭାପତି ଭୃଗୁ ବକସୀ ପାତ୍ର, ରାଜ୍ୟ ଏସସି ମୋର୍ଚ୍ଚାର ସଭାପତି ବିଭୁପ୍ରସାଦ ତରାଇ ଉପସ୍ଥିତ ଥିଲେ । ପ୍ରଦେଶ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଶୋକ କୁମାର ମହାନ୍ତି, ଇଁଂ ହରିହର ବେହେରା, ରୋଜାଲିନ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡଳରେ ମଣ୍ଡଳ ସଭାପତି ମାନଙ୍କ ସହ ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ଜିଲା ପରିଷଦ ସଭ୍ୟ ଅଶୋକ ମହାରଣାଙ୍କ ସମେତ ବହୁ ଦଳୀୟ କର୍ମୀ ଏହି ଭର୍ଚୁଆଲ ରାଲିରେ ସାମିଲ ହୋଇଥେôଲ

Nalco
Leave A Reply