Odisha news

FATF ପକ୍ଷରୁ ପାକିସ୍ତାନକୁ ଝଟକା

0

ନୂଆଦିଲ୍ଲୀ : ପାକିସ୍ତାନକୁ FATF ପକ୍ଷରୁ ବଡ ଝଟକା ମିଳିଛି l FATFର ଅଧକ୍ଷ ମାର୍କ୍ସ କ୍ଲିୟର କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦର ଭରଣା ପୋସଣକୁ ଅଟକାଇବା ପାଇଁ ବିଫଳ ହୋଇଛି l ସେ କହିଛନ୍ତି ଯେ ପାକିସ୍ତାନକୁ ଆତଙ୍କ ବାଦକୁ ଅଟକାଇବା ପାଇଁ ପ୍ରୟାସ କରିବା ଆବଶ୍ୟକ l ଯେଉଁ ଆତଙ୍କବାଦୀ ସଂଗଠନ ମାନେ ପାକିସ୍ତାନରେ ସୁବିଧା ପାଇ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଛନ୍ତି ସେମାନଙ୍କ ଉପରେ ପାକିସ୍ତାନ ସରକାର ରୋକ ଲଗାଇବା ଆବଶ୍ୟକ l ପାକିସ୍ତାନର ଅର୍ଥ ଏହି ଆତଙ୍କବାଦୀଙ୍କୁ ପୋଷିବା ପଛରେ ଲାଗ ଯାଉଛି l

FATFର ବୈଠକରେ ଆତଙ୍କବାଦର ବିତ ପୋଷଣ ଓ ଧନ ଶୋଧନକୁ ଅଟକାଇବା ପାଇଁ ପରିଚାଳିତ ସଂସ୍ଥାର ଡିଜିଟାଲ ମାଧ୍ୟମରେ ବାର୍ଷିକ ବୈଠକ ହୋଇଥିଲା l ଯେଉଁଥିରେ ପାକିସ୍ତାନ ପାଇଁ ୨୭ ଟି କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଥିଲା l FATF ପାକିସ୍ତାନକୁ ଜୁନ ୨୦୧୮ ରେ ଗ୍ରେ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା ଓ ପାକିସ୍ତାନ ସରକାରଙ୍କୁ ଆତଙ୍କବାଦର ବିତ ପୋଷଣକୁ ଅଟକାଇବା ପାଇଁ ୨୭ ଟି ଯୋଜନା ଦ୍ୱାରା ୨୦୧୯ ର ଶେଷ ସୁଦ୍ଧା ଲାଗୁ କରି FATF କୁ ତଥ୍ୟ ଦେବାକୁ କହିଥିଲା l କୋଭିଡି ମହାମାରୀ ଯୋଗୁ ଏହି ସମୟ ବୃଦ୍ଧି କରାଯାଇଥିଲା l

ମିଳିଥିବା ଖବରରୁ ଜଣl ପଡିଛି ଯେ କରଜରେ ବୁଡି ରହିଥିବା ପାକିସ୍ତାନ FATFର ଗ୍ରେ ତାଲିକାରୁ ବାହାରିବା ପାଇଁ ଚେଷ୍ଟା କରି ଅଗଷ୍ଟ ମାସରେ ୮୮ ଟି ଆତଙ୍କବାଦୀ ସଂଗଠନ ଓ ତାର ନେତା ମାନଙ୍କ ଉପରେ ବିତିୟ ରୋକ ଲଗାଇଥିଲା l ଏଥିରେ ମୁମ୍ବାଇ ଆକ୍ରମଣର ମୁଖ୍ୟ ହାପିଯ ସହିଦ ଓ ମାସୁଦ ଅଜହର ସହିତ ଦାଉଦ ଇବ୍ରାହିମ ଅନ୍ତର୍ଭୁକ୍ତ ଥିଲେ l ପାକିସ୍ତାନ ଗ୍ରେ ତାଲିକାରେ ରହିବ ଦ୍ୱାରା ତା ପାଇଁ ବିଶ୍ୱ ମୁଦ୍ରା କୋଷ ,ବିଶ୍ୱ ବ୍ୟାଙ୍କ ,ଏସିଆର ବିକାଶ ବ୍ୟାଙ୍କ ଓ ୟୁରୋପୀୟ ସଂଘ ଭଳି ଅନ୍ତରାଷ୍ଟ୍ରୀୟ ସଂସ୍ଥା ମାନଙ୍କ ପାଖରୁ ଆର୍ଥିକ ସାହାଯ୍ୟ ହାସଲ କରିବା ଆହୁରି ଅଧିକ କଷ୍ଟ ଦାୟକ ହୋଇଯିବ l ଏଥିପାଇଁ ପାକିସ୍ତାନ ଚିନ୍ତା କରୁ ଯେ କଣ କରିବ ,ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ନା ନିଜ ଦେଶର ଉନ୍ନତି କରାଇବ l

Nalco
Leave A Reply