Odisha news

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ : ଓଡିଶାର ଉନ୍ନତି କଂଗ୍ରେସ ସରକାର ଅମଳରେ ହୋଇଛି ; ଚେଲା କୁମାର

0

ଜଗତସିଂହପୁର : ଓଡିଶାରେ ଯାହା କିଛି ଉନ୍ନତି ହୋଇଛି ସବୁ କଂଗ୍ରେସ ସରକାର ଅମଳରେ ହୋଇଛି ।ଜଗତସିଂହପୁର ଜିଲ୍ଲାରେ ବିକାଶର ମୁଳଦୁଆ କଂଗ୍ରେସ ସରକାର ଅମଳରେ ହୋଇଥିଲା ।ଭାରତ ବର୍ଷର ବିକାଶର ମୁଖଶାଳା ପାଟଲିଥିବା ପାରାଦ୍ୱୀପ ବନ୍ଦର ସୁବୁଠାରୁ ବଡ ଉଦାହରଣ ।ଏହା ସହିତ ତିର୍ତ୍ତୋଲ ଶାରଳା ସୁତାମିଲ ଓ ରାହାମା କପଡା ମିଲ ହିିଁ କଂଗ୍ରେସର ଅବଦାନ ।ଓଡିଶାର ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଶାରଳା ସୁତା ମିଲ ପ୍ରତିଷ୍ଠା କରି ବହୁ ଲୋକମାନଙ୍କୁ ଚାକିରୀ ଦେଇଥିବା ବେଳେ ରୋଜଗାର ମାଧ୍ୟମ ଦେଇଥିଲେ ।ମାତ୍ର ଦୀର୍ଘ ୨୦ବର୍ଷ ହେବ ତାହା ଭାଙ୍ଗି ଯାଇଥିଲେ ହେଁ ତାହାର ପୁନଃ ଉଦ୍ଧାର ହୋଇ ପାରୁନାହିଁ ।ଓଡିଶାରେ ନବୀନ ସରକାର ଦୀର୍ଘ ୨୦ବର୍ଷ ଧରି ଶାସନ କରି ଆସୁଥିଲେ ହେଁ ସବୁ ନିର୍ବାଚନରେ ଏହାର ନବୀକରଣ ପାଇଁ ମିଛ ପ୍ରତିଶୃତି ଦେଇଥାନ୍ତି ।ଜିଲ୍ଲାରୁ ରାଜ୍ୟ ବାହାରେ ୨୭ ଲକ୍ଷ ଲୋକ ବାହାରେ କାମ କରୁଛନ୍ତି ।ରାଜ୍ୟ ସରକାର ତାଙ୍କୁ ରୋଜଗାରର ମାଧ୍ୟମ ଯୋଗାଇ ପାରୁନାହାନ୍ତି ।କେବଳ କଂଗ୍ରେସ ସରକାର ବେକାରୀ ଦୁରୀକରଣ କରିବା ସହିତ ଶିଳ୍ପ ପ୍ରତିଷ୍ଠା,କୃଷି ଓ କୃଷକର ଉନ୍ନତି,ମହିଳାମାନଙ୍କୁ ଉଚିତ ସମ୍ମାନ ଆଦି କାର୍ଯ୍ୟ ଉପରେ ଫୋକସ କରିଥାଏ ।ତେଣୁ ତିର୍ତ୍ତୋଲ ମାଟିର ବିକାଶ କରିବାକୁ ହେଲେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ରଘୁନାଥପୁର ବ୍ଲକ ଛପଡା ବାଲିଘାଟ ପଡିଆରେ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆୟୋଜିତ କର୍ମୀ ସମ୍ମିଳନୀରେ ଓଡିଶା ପ୍ରଭାରୀ ଏ. ଚେଲା କୁମାର କର୍ମୀମାନଙ୍କୁ କହିଥିଲେ ।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମୀ ସମ୍ମିଳନୀ କୋଭିଡ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିଲା ।

ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ ଯେ ରାଜ୍ୟରେ ଗୋଟିଏ ଭଷ୍ଟ୍ର ସରକାର ଚାଲିଛି ।ମିଛରେ ଯୋଜନା ଉପରେ ଯୋଜନା କରି ଲୋକମାନଙ୍କୁ ଭୁଆଁ ବୁଲାଇ ଭୋଟ ନେଉଛନ୍ତି ।ହେଲେ ଲୋକେ ସଚେତନ ହେଲେଣି ।ଆଉ ଏହି ମିଛୁଆ ସରକାରଙ୍କ ସପକ୍ଷରେ ଜନମତ ଯିବାର ନାହିଁ ।ତିର୍ତ୍ତୋଲ ବାସୀ ପରିବର୍ତ୍ତନ ଚାହିଁଲେଣି ।ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପ୍ରାର୍ଥି ହୋଇଥିବା ହିମାଂଶୁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ।ତେଣୁ ଲୋକେ ଏହି ଉପ ନିର୍ବାଚନରେ କଂଗ୍ରେସକୁ ବିପୁଳ ଭାବରେ ମତ ଦେବେ ବୋଲି କହିଥିଲେ ।ଏହି ସମ୍ମିଳନିରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଯୋଗ ଦେଇ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି କହିଥିଲେ ।ଗାଁ ଯାଇ ଭୋଟର ମାନଙ୍କ ସହିତ ଆଲୋଚନା କରି ଲୋକମାନଙ୍କୁ ବୁଝାଇବାକୁ ପଡିବ ।କଂଗ୍ରେସ ସରକାର ହିଁ ସାଧାରଣ ଲୋକମାନଙ୍କ ସମସ୍ୟାକୁ ବୁଝିଥାଏ ।ତେଣୁ କଂଗ୍ରେସ ଦଳ ଆସିଲେ ଲୋକମାନଙ୍କ ଉନ୍ନତି ହେବ ବୋଲି କହିଥିଲେ ।

ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଯୋଗ ଦେଇ କହିଲେ ଯେ ଏହି ଉପ ନିର୍ବାଚନ ପାଇଁ କଂଗ୍ରେସ ହିମାଂଶୁ ଭୁଷଣ ମଲ୍ଲିକଙ୍କ ଭଳି ଜଣେ ଭଲ ପ୍ରାର୍ଥୀ ଦେଇଛି ।ସେ ଜଣେ ଯୁବକ ହୋଇଥିବା ବେଳେ ଜଣେ ଯୁବ ସମାଜକସେବୀ ଭାବରେ ସମସ୍ତ ସମ୍ମୁଖରେ ପରିଚିତ ।୩ବର୍ଷ ହେବ ଲୋକାମନଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଛି ।ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ୨୦ବର୍ଷ ହେବ ଉନ୍ନତିର ଦ୍ୱାହି ଦେଇ ଲୋକମାନଙ୍କୁ ଠକୁଛି ।ଲୋକମାନଙ୍କୁ ନବୀନ ସରକାର ୨୦ବର୍ଷ ଉନ୍ନତିର ହିସାବ ଦେଇ ପାରିବେ କି ପ୍ରଶ୍ୱ କରିଥିଲେ ।ଶାରଳା ସୁତାମିଲକୁ ନେଇ ସମସ୍ତେ କାନ୍ଦୁଛନ୍ତି ।୨୦୦୪ରେ ଏହି ସୁତାକଳ ପ୍ରସଙ୍ଗରେ ବିଧାନ ସଭାର ଗୃହ କମିଟି ଆଗରେ ତିର୍ତ୍ତୋଲ ବିଧାୟକ ଥିବା ବେଳେ ଚିରଞ୍ଜୀବ ବିଶ୍ୱାଳ ଉପସ୍ଥାପନ କରିଥିଲେ ହେଁ ଦୀର୍ଘ ୧୬ ବର୍ଷ ପରେ ବି ସେହି ସୁତାମିଲର ପୁନଃ ଉଦ୍ଧାର ହୋଇପାରୁନାହିଁ ।ଗତ ବିଜେପୁର ନିର୍ବାଚନରେ ବିଜେଡି ସରକାର ବହୁ ପ୍ରତିଶୃତି ଦେଇତିଲେ ହେଁ ଆଜି ପର୍ଯ୍ୟନ୍ତ ଗୋଟିଏ କିଛି ବି ପୁରଣ ହୋଇ ପାରିନାହିଁ ।ଜିଲ୍ଲାରେ ବେକାରି ସମସ୍ୟା ବୃଦ୍ଧି ପାଇଛି ।କଂଗ୍ରେସ ବେକାରୀ ସମସ୍ୟାକୁ ନେଇ ଲୋକମାନଙ୍କ ପାଖକୁ ଯିବ ବୋଲି କହିଥିଲେ ।ଏବେ ଲୋକେ ଏହି ଭ୍ରଷ୍ଟ,ମିଛ ପ୍ରତିଶୃତି ଦେଉଥିବା ସରକାରକୁ ବରଖାସ୍ତ କରି କଂଗ୍ରେସକୁ ବିପୁଳ ପରିମାଣରେ ସମର୍ଥନ ଦେବେ ବୋଲି କହିଥିଲେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ।

ଏହି ସମ୍ମିଳନୀରେ ନବରଙ୍ଗପୁରର ପୁର୍ବତନ ସାଂସଦ ପ୍ରଦୀପ ମାଝି, କାର୍ଯ୍ୟକାରୀ ସଭାପତି କୋରାପୁଟର ସାଂସଦ ସପ୍ତଗିରି ଉଲ୍ଲାକା,ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇ କଂଗ୍ରେସ ସରକାର ଅମଳରେ ସଫଳତା କହିବା ସହିତ ବିଧାୟକ ପ୍ରାର୍ଥୀ ହିମାଂଶୁଙ୍କ ପ୍ରତି କିଭଳି ଜନ ସମର୍ଥନ ବଢିବ ସେ ବାବଦରେ କର୍ମୀମାନଙ୍କୁ ପ୍ରେରଣା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଧର୍ମଶାଲା ବିଧାୟକ ସ୍ମୃତି ରେଖା ପହି,ମିଡିଆ ସେଲ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ,ସାଂସଦ ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ,ପିସିସି ମିଡିଆ ପ୍ରବକ୍ତା ନାରାୟଣ ପ୍ରସାଦ ଜେନା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ ଦେବ ପ୍ରସାଦ ନାୟକ,ଛପଡା ପଞ୍ଚାୟତର ରଞ୍ଜିତ ରଞ୍ଜିତ ଜେନା,ପ୍ରତାପ ସ୍ୱାଇଁ ଙ୍କ ସମେତ ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ ।

Nalco
Leave A Reply