ଦ ୁ ବ । ଇ , ୨ ୨ । ୧ ୦ ( ଏ େ ଜ ନ ୍ସି ) : ଆଇପିଏଲ୍ର ୪୦ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିଛି ରାଜସ୍ଥାନ ରୟାଲ୍ସ । ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୪/୬ ରନ୍ କରିଥିଲା । ଫଳରେ ହାଇଦ୍ରାବାଦ ସମ୍ମୁଖରେ ୧୫୫ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଲୟକୁ ଫେରିଥିବା କିଙ୍ଗ୍ସ ଏକାଦଶ ଏହି ମ୍ୟାଚ୍ରେ ବଡ଼ ସ୍କୋର ଆଇପିଏଲ୍-୨୦୨୦ କରିବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ସନ୍ରାଇଜର୍ସର ଶାଣୀତ ବୋଲିଂ ଯୋଗୁଁ ରୟାଲ୍ସ ୧୫୪/୬ ରନ୍ କରିପାରିଥିଲା । ଓପନର ରବିନ ଉଥªା ୧୩ ବଲ୍ରୁ ୧୯ ରନ୍ କରି ହୋଲïରଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ସେହିଭଳି ବେନ୍ ଷ୍ଟୋକ୍ସ ୩୨ ବଲ୍ରୁ ୩୦ ରନ୍, ସଞ୍ଜୁ ସାମସନ୍ ୨୬ ବଲ୍ରୁ ୩୬ ରନ୍, ଯୋଶ ବଟ୍ଟଲର ୧୨ ବଲ୍ରୁ ୯ ରନ୍ ତଥା ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୧୫ ବଲ୍ରୁ ୧୯ ରନ୍ କରିବାରୁ ଦଳୀୟ ସ୍କୋର ୧୩୦ ରନ୍ ଅତିକ୍ରମ କରିଥିଲା । ରିଆନ୍ ପରାଗ ୧୨ ବଲ୍ରୁ ୨୦ ଓ ଜୋଫ୍ରା ଆର୍ଚର ୭ ବଲ୍ରୁ ୧୬ ରନ୍ କରିବାରୁ ରାଜସ୍ଥାନ ରୟାଲ୍ସ ୧୫୦ ରନ୍ ଅତିକ୍ରମ କରିଥିଲା ।