Odisha news

ଆଇପିଏଲ୍‌ରେ ସିରାଜଙ୍କ ପ୍ରଥମ ଡବଲ ମେଡେନ୍‌ ଓଭର

0

ଆବୁଧାବୀ,୨୧ା୧୦(ଏଜେନ୍ସି): ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦ୍ରୁତ ବୋଲର ମହମ୍ମଦ ସିରାଜ ବୁଧବାର ଆଇପିଏଲ୍‌ରେ ନୂଆ ଇତିହାସ ରଚିଛନ୍ତି । ସେ ପ୍ରଥମ ବୋଲର ଭାବେ କ୍ରମାଗତ ଦୁଇଟି ମେଡ଼େନ୍‌ ଓଭର ପକାଇବାର କୀର୍ତ୍ତିମାନ ରଚିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ସିରାଜ ଏହି ସଫଳତାର ଅଧିକାରୀ ହୋଇଛନ୍ତି । ଏହି ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦୁଇ ଓଭର ମେଡ଼େନ୍‌ ପକାଇବା ସହ ରାହୁଲ ତ୍ରିପାଠୀ ଓ ନୀତିଶ ରାଣାଙ୍କ ୱିକେଟ୍‌ ନେଇଥିଲେ ।

Leave A Reply