ଦୁବାଇ: ୧୩ା୧୦ (ଏଜେନ୍ସି): ଆଇପିଏଲ୍ର ୨୯ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ଭେଟାଭେଟି ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୧୬୭/୬ ରନ କରିଛି । ସନ୍ରାଇଜର ହାଇଦ୍ରବାଦ ପାିଇଁ ୧୬୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଟଚ୍ ଜିତି ଅଧିନାୟକ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ୭ଟି ମ୍ୟାଚରୁ ମାତ୍ର ୨ଟି ବିଜୟୀ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେଥିବା ଚେନ୍ନାଇ ପାଇଁ ଏହି ମ୍ୟାଚ କର ବା ମର ଭଳି । ପ୍ଲେ ଅଫ୍ ଆଶା ଜୀବିତ ରଖିବାପାଇଁ ହେଲେ ଚେନ୍ନାଇକୁ ପ୍ରାୟ ସବୁ ମ୍ୟାଚ ଜିତିବାକୁ ହେବ । ତେଣୁ ନୂଆରଣନୀତି ସହ ଧୋନି ରଣାଙ୍ଗନକୁ ଓହ୍ଲାଇଥିଲେ । ସାମ୍ କୁରନ୍ଙ୍କ ସହ ଫାଫ ଡୁପ୍ଲେସିସ୍ ଇନିଂଶ ଓପନ କରିଥିଲେ ।
ଡୁପ୍ଲେସିସି ଖାତା ଖୋଲିବା ପୂର୍ବରୁ ସନ୍ଦୀପ୍ ଶର୍ମାଙ୍କ ବଲରେ ଆଉଟ ହୋଇ ପାଭିଲିଅନ୍ ଫେରିଥିଲେ । କୁରନ୍ ଓ ୱାର୍ଟସନ୍ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ ।
Prev Post
Next Post