କନ୍ଧମାଳ ( ସନ୍ତୋଷ ମିଶ୍ର ) ଆଜି କନ୍ଧମାଳ ଖାଉଟି ବିଭାଗ ଦ୍ୱାରା ଫୁଲବାଣୀ ବଜାରରେ ଥିବା ସମସ୍ତ ଆଳୁ ପିଆଜ ହୋଲସେଲ ଗୋଦାମରେ ଥିବା ଆଳୁ ଓ ପିଆଜର ଷ୍ଟକ ଏବଂ ଉଭୟ ଜିନିଷର ଦରଦାମ ବାବଦରେ ତଦନ୍ତ କରିବାକୁ ବିଭାଗ ତରଫରୁ ଏସିଏସଓ ଦୀପ୍ତୀରେଖା ପ୍ରଧାନ ଓ ତିଳତମା ପ୍ରଧାନଙ୍କ ସମେତ ଫୁଲବାଣୀ ମାର୍କଟେିଙ୍ଗ ଅନିସପ୍ଟର କବିତାରାଣୀ ବେହେରା ଓ ସମରେଶ ଦାସଙ୍କୁ ନେଇ ଏକ ଦଳ ଫୁଲବାଣୀ ବଜାରରେ ପହଂଚି ସହରରେ ଥିବା ସମସ୍ତ ଆଳୁ ପିଆଜ ଗୋଦାମ ଗୁଡିକରେ କେତେ ପରିମାଣରେ ଆଳୂ ଓ ପିଆଜ ମହଜୁଦ ରହିଛି ତାହାର ତଦନ୍ତ କରିବା ସହିତ ଉଭୟ ଜିନିଷର ଦରଦାମ ବାବଦରେ ପଚାରି ବୁଝିଥିଲେ ।
ତେବେ ଫୁଲବାଣୀ ସହରରେ ଥିବା ସମସ୍ତ ହୋଲସେଲର ମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଓ ପିଆଜ ମହଜୁଦ ରହିଥିବା ସମୋନେ ନିଶ୍ଚିତ କରିବା ସହିତ ଉଭୟ ଆଳୁ ଓ ପିଆଜର ଦାମ କିଲୋ ପିଛା ରିଟେଲ ସେଲ ଦର ୩୨ ଟଙ୍କା ରହିଥିବା ଜାଣିବାକୁ ପାଇଛନ୍ତି ବୋଲି ଫୁଲବାନି ମାର୍କେଟିଙ୍ଗ ଇନିସପ୍ଟର ସୁଚନା ଦେଇଛନ୍ତି ।
ତେବେ ଫୁଲବାଣିକୁ ସମ୍ବଲପୁର,ଭୁବନେଶ୍ୱର ଆଇଗିଣିଆଁ ଓ ପଶ୍ଚିମବଙ୍ଗରୁ ଆଳୁ ପିଆଜ ଆମଦାନୀ ହେଉଥିବାରୁ ଯଥେଷ୍ଟ ପରିମାଣରେ ଏହା ମହଜୁଦ ରହିଥିବା ବେଳେ ଏହାର ଦାମ ମଧ୍ୟ ନିୟନ୍ତ୍ରଣରେ ରହିଥିବା କହିଛନ୍ତି । ହୋଲସେଲର ମାନେ ଆଳୁ ପିଆଜ ୨୯ ରୁ ୩୦ ଟଙ୍କା କିଲୋ ପିଛା ଖରିଦ କରୁଥିବାରୁ ସେମାନଙ୍କର ଟ୍ରାନ୍ସପୋର୍ଟ ଖର୍ଚ୍ଚ ସମେତ ଲେବର ଖର୍ଚ୍ଚ ଏବଂ ସେମାନଙ୍କ ଲାଭ ସମେତ ୩୨ ଟଙ୍କା କିଲୋ ପିଛା ବିକି୍ର କରୁଥିବା ବିଭାଗ ସୁତ୍ରରୁ ଜଣାପଡିଛି ।