ରାଷ୍ଟ୍ରୀୟସ୍ତରରେ ଅପମାନ, ମିଡିଆ ଟ୍ରାୟଲ୍, ନିନ୍ଦା ଓ ଟ୍ରୋଲିଂ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟକଳାପ ଭାରତୀୟ ସଂସ୍କୃତି ପାଇଁ ଅପମାନଜନକ । ଲୋକେ ତାଙ୍କୁ ଧୂର୍ତ୍ତ ମହିଳା, ଗୋଲï ଡିଗର୍ କହିବା ସହ ସେ କିମିଆ କରି ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା କଥା କହୁଛନ୍ତି । ରିୟା
ଏବେ ନୁ୍ୟଜ୍ ହେଡ୍ଲାଇନ୍ ହୋଇଥିବାବେଳେ କୋଲକାତାରେ ପୁରୁଷମାନେ ‘ହାସଟ୍ୟାଗ୍-ରିୟା- ଚକ୍ରବର୍ତ୍ତୀ-ଅଫ୍-ମାଇଁ-ଲାଇଫ୍’ ପ୍ରୟୋଗପୂର୍ବକ ପୂର୍ବ ପ୍ରେମିକାମାନଙ୍କ ପ୍ରତି ବାକ୍ୟବାଣ ପ୍ରୟୋଗ କରୁଛନ୍ତି । ପୂର୍ବ ଗର୍ଲଫ୍ରେଣ୍ଡ୍ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏହି ହାସଟ୍ୟାଗ୍ ବ୍ୟବହାର କରାଯାଉଛି । ଲାଲବଜାର ଥାନାର ସାଇବର୍ ସେଲ୍ରେ ଅନେକ ପୁରୁଷଙ୍କ ବିରୋଧରେ ଏଫ୍ଆଇଆର୍ ଦିଆଯାଇଛି । ଏମାନେ ପୂର୍ବ ପାର୍ଟନର୍ଙ୍କ ବିରୋଧରେ ଏପରି ଅଭିଯାନ ଚଲାଇ ସୋସାଲ ମିଡିଆ ପୋଷ୍ଟରେ ଏହି ହାସଟ୍ୟାଗ୍ ଉପଯୋଗ କରି ହଇରାଣ କରୁଥିବା ଦର୍ଶାଇଛନ୍ତି । ଜଣେ ମଡେଲଙ୍କ ଅଭିଯୋଗ ପରେ କୋଲକାତା ପୋଲିସ ଜଣେ ପ୍ରଣୟ ଚନ୍ଦ୍ରଙ୍କୁ ଗିରଫ କରିଛି ।
Prev Post
Next Post