ନୂଆଦିଲ୍ଲୀ,୯ା୯(ଏଜେନ୍ସି): ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ୟୁଏଇ’ରେ ମୁକାବିଲା ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଉଛନ୍ତି । ସୋସିଆଲ ମିଡ଼ିଆରେ ଖେଳାଳିଙ୍କ ଅଭ୍ୟାସ୍ ସେସନର ଫଟୋ ଓ ଭିଡ଼ିଓ ଭାଇରାଲ ହେବାରରେ ଲାଗିଛି । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ଧମାକାଦାର ଛକା କିମ୍ବା ଭୁବନେଶ୍ୱର କୁମାରଙ୍କ ଜମାଣିଆ ବୋଲିଂ, ବିରାଟ କୋହଲିଙ୍କ ସୁପର ଫର୍ମ ଅଥବା ‘ଥାଲା’ ଧୋନିଙ୍କ ହେଲିକପଫର ସଟ୍ ଦେଖିବା ପାଇଁ ଦର୍ଶକଙ୍କ ଉସିìକତା ବଢ଼ିବାରେ ଲାଗିଛି । ସମସ୍ତେ ଟ୍ୱିଟରରେ ଏସବୁ ଭିଡ଼ିଓକୁ ଦେଖିଛନ୍ତି । ଏତଦ୍ଭିନ୍ନ ଆଗାମୀ ୧୯ରେ ଆଇପିଏଲ୍ର ୨ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସହ ବହୁ ପ୍ରତିକ୍ଷୀତ ଆଇପିଏଲ୍-୧୩ ବିଗୁଲ ବାଜିବ ।