Odisha news

ଅଭ୍ୟାସ ବେଳେ ଧୋନିଙ୍କ ମଜାଳିଆ ଶୈଳୀ

0

ନୂଆଦିଲ୍ଲୀ,୭ା୯(ଏଜେନ୍ସି): ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଅଛି । ତେଣୁ ଅଂଶଗ୍ରହଣକାରୀ ସମସ୍ତ ଦଳ ପ୍ରଶିକ୍ଷଣରେ ବ୍ୟସ୍ତ ଅଛନ୍ତି । ୩ଥର ଚାମ୍ପିଅନ୍‌ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟ ଜୋରଦାର ନେଟ୍‌ ଅଭ୍ୟାସ୍‌ କରୁଛି । ଅଭ୍ୟାସ୍‌ ସମୟରେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ମଜାଳିଆ ଅନ୍ଧାଜ୍‌ ଦେଖିବାକୁ ମିଳିଛି । ଗତ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ସଭିଙ୍କ ନଜର ରହିଛି । ସେ ଏବେ ୟୁଏଇରେ କଠିନ ଅଭ୍ୟାସ କରୁଛନ୍ତି । ଅଭ୍ୟାସ ସମୟରେ ଧୋନି ପଡ଼ିଆରେ ମଜା କରିଥିବା ଭିଡ଼ିଓ ଭାଇରାଲ୍‌ ହୋଇଛି । ଧୋନି କହିଛନ୍ତି ଯେ, ଚିନ୍ତା କରନି ଆମେ ଡିଆର୍‌ଏସ୍‌ ନେବୁନି ।

Leave A Reply