Odisha news

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳରେ ବିଧାୟକ ବନ୍ୟା ରିଲିଫ ଓ ସହାୟତାର ଶୁଭାରମ୍ଭ

0

ପଟ୍ଟାମୁଣ୍ଡାଇ : ସଂପ୍ରତି ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳର ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ବନ୍ୟାବିପନ୍ନମାନେ ଦୂର୍ଦ୍ଦଶାରେ ଦିନ କାଟୁଛନ୍ତି । ବନ୍ୟାବିପନ୍ନମାନଙ୍କୁ ପରିବାର ପିଛା ୫୦ କିଲୋ ଚାଉଳ, ୫୦୦ ଟଙ୍କା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ତଦନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ଘୋଷଣାନୁଯାୟୀ ପରିବାର ପିଛା ୫୦ କିଲୋ ଚାଉଳ, ୫୦୦ ଟଙ୍କା ବଟଂନର ଶୁଭାରମ୍ଭ କରାଯାଇଛି ।

ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଚଂଳର ବଳଭଦ୍ରପୁର, ଶ୍ରୀରାମପୁର ଓ ପୌରାଚଂଳର ଷଣ୍ଢପଲ୍ଲୀ, ବାଲିପଡା ଆଦି ବିଭିନ୍ନ ଗ୍ରାମ ଓ ୱାର୍ଡ ଗୁଡିକରେ ବଟଂନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ଭୋଳାନାଥ ପାଢୀ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ଜିଲ୍ଲା ବିଜୁ ଜନତାଦଳ ଦଳିତ ସେଲ ସଭାପତି ବାରେଣୀ ସେଠୀ, ବରିଷ୍ଠ ଯୁବନେତା ବୁଢା ଲେଙ୍କା, ପୂର୍ବତନ ପୌରାଧ୍ୟକ୍ଷ ହେମନ୍ତ ସାହୁ, ପୂର୍ବତନ ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ଅଶୋକ ଧଳ, ବାପି ସାମଲ, ରବିନ୍ଦ୍ର କୁମାର ସାହୁ, ରଞିତ ସାହୁ, ଜୟକୃର୍ଷ୍ଣ ରାଉତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

Ad2
Leave A Reply