ନୂଆଦିଲ୍ଲୀ,୩ା୯(ଏଜେନ୍ସି): ୨୦୦୦ ମସିହାରେ ଟିମ୍ ଇଣ୍ଡିଆକୁ ଫିକ୍ସିଂ କଳଙ୍କ କବଳିତ କରିଥିଲା । ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସମେତ ଅଜୟ ଜାଡେଜା ଓ ଅନ୍ୟ କିଛି ଖେଳାଳି ଜାତୀୟ ଦଳରୁ ବିତାଡିତ ହୋଇଥିଲେ । ଏହାପରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ନବକଳେବର ହୋଇଥିଲା । ରଣଜୀ କ୍ରିକେଟ୍ର ସଫଳ ଖେଳାଳି ଗାଙ୍ଗୁଲିଚୟନକର୍ତ୍ତାଙ୍କ ସହ ମିଶି ବାଛିଥିଲେ । ଯୁବରାଜ ସିଂ, ମହମ୍ମଦ କଏଫ, ଜାହିର ଖାନ୍ ଓ ଆହୁରି ଅନେକ ଖେଳାଳିଙ୍କୁ ଗାଙ୍ଗୁଲି ଜାତୀୟ ଦଳକୁ ଆଣିଥିଲେ । ମ୍ୟାଚ୍ ଫିକ୍ସିଂ ଯୋଗୁଁ ଟିମ୍ ଇଣ୍ଡିଆର ନିୟମିତ ୱିକେଟ୍ କ ି ପ ର ନ ୟ ନ େ ମ । ଙ୍ଗ ି ଅ । ’ ଙ୍କ ୁ ବ ି ଦ । ହେବାକୁପଡ଼ିଥିଲା । ଏଦୃଷ୍ଟିରୁ ଦଳରେ ୱିକେଟକିପର ଶୂନ୍ୟତା ସୃଷ୍ଟି ହୋଇଥିଲା । ପର୍ଯ୍ୟାୟକ୍ରମେ ପାର୍ଥିବ ପଟେଲ, ଦିନେଶ କାର୍ତ୍ତିକ ଓ ରାହୁଲ ଦ୍ରାବିଡଙ୍କୁ ୱିକେଟକିପିଂ ଦାୟିତ୍ୱ ମିଳିଥିଲା । କିନ୍ତୁ ଫଳାଫଳ ସନ୍ତୋଷଜନକ ନହେବାରୁ ଗାଙ୍ଗୁଲି ଜଣେ ଦକ୍ଷ ୱିକେଟ୍କିପର ସନ୍ଧାନରେ ଥିଲେ । ଝାଡ଼ଖଣ୍ଡର ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଦର୍ଶନ ସେତେବେଳେ ଜମାଣିଆ ଥିଲା । ଗାଙ୍ଗୁଲି ଚାହୁଁଥିଲେ ଧୋନିଙ୍କୁ ଯଥାଶୀଘ୍ର ଜାତୀୟ ଦଳରେ ସାମିଲ କରାଯାଉ । ଏପରିକି ୨୦୦୪ରେ ଟିମ୍ ଇଣ୍ଡିଆର ଐତିହାସିକ ପାକିସ୍ତାନ ଗସ୍ତ ବେଳେ ଧୋନିଙ୍କୁ ସାଙ୍ଗରେ ନିଆଯାଉ ବୋଲି ଗାଙ୍ଗୁଲି ଚାହୁଁଥିଲେ । କିନ୍ତୁ ଅଳ୍ପକେ ଧୋନି ଏହି ଗସ୍ତ ଲାଗି ସୁଯୋଗ ପାଇ ନଥିଲେ ବୋଲି ସେତେବେଳେ ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ଥିବା ଜନ୍ ରାଇଟ୍ କହିଛନ୍ତି ।
Next Post
