ଦହପାଣିଆରେ ଚୋରା ମଦ ବିକ୍ରେତାଙ୍କ ଦାଦା ଗିରି , ଶାନ୍ତି କମିଟି ସସଦ୍ୟଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତକୁ ଗିରଫ୍ କରିବା ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ
ତିହିଡି, ୦୩/୦୯(ଯଦୁମଣି ପାଣିଗ୍ରାହୀ ): ତିହିଡି ଥାନା ଥାନା ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଚୋରା ମଦ ବିକ୍ରେତାଙ୍କ ବିରୋଧରେ ହୋହାଲ୍ଲା କରାଯାଉଥିବା ବେଳେ ପ୍ରଶାସନ ବିରୋଧରେ ନାରାବାଜି ବେଶ କିଛି ସମୟ ପାଇଁ ବଜାର ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିଥିଲା । ଶେଷରେ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ପାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ମୁତାବକ, ବାରୋ ପଞ୍ଚାୟତ ଅଧିନ ଶାସନଖାସ, ନରସିଂପୁର ଓ ଦହପାଣିଆ ଅଞ୍ଚଳରେ ଚୋରା ମଦର ବନ୍ୟା ସୃଷ୍ଟି ହୋଇଛି । ଚୋରା ବେପାରୀ ଖୁଲମଖୋଲ୍ଲା ମଦ ବିକ୍ରୟ କରୁଛି ଏବଂ ଏଥିରେ ବହୁ ଲୋକେ ପରିବାର ଉପରେ କୁପ୍ରଭାବ ପଡୁଛି ।
ଏହି ଚୋରା ମଦ କାରବାରକୁ ରୋକିବା ପାଇଁ ଶାସନଖାସ ଓ ନରସିଂପୁର ଗ୍ରାମ ମଦ ବିରୋଧି ଏକ ଶାନ୍ତି କମିଟି ଗଠନ କରାଯାଇଛି । ଗତ ତା ୩୦.୯.୨୦ରିଖରେ ଶାନ୍ତି କମିଟିର ଏକ ବୈଠକ ଡକାଯାଇ ଗାଁର ଚୋରା ମଦ ବିକ୍ରି ଓ ମଦ୍ୟପ ମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହାକୁ ବିରୋଧ କରି ଚବିଶପଡା-ଡାଙ୍ଗମାଳ ଗ୍ରାମର ଆଲୋକ ମଳିକ ନାମକ ଜଣେ ଯୁବକ ଶାସନଖାସ ଗ୍ରାମକୁ ଯାଇ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଶାନ୍ତି କମିଟିର ସଭ୍ୟମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲା ।
ଏହାକୁ ବିରୋଧ କରି ଗତ ୨ତାରିଖ ସଂଧ୍ୟାରେ ଶାସନଖାସ ଶାନ୍ତି କମିଟି ପକ୍ଷରୁ ପୂନଶ୍ଚ ଗ୍ରାମରେ ଏକ ବୈଠକ ଅନୂହ୍ଠିତ ହୋଇଥିଲା । ଘଟଣା ସମ୍ପର୍କରେ ଦହପାଣିଆ ବାସୁଳୀ କମିଟିକୁ ଅବଗତ କରିବା ପାଇଁ ତା ୦୩.୯.୨୦ରିଖ ସକାଳ ୭ଟା ସମୟରେ ଶାନ୍ତି କମିଟିର ୧୫ ଜଣ ସଭ୍ୟ ଯାଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଅଭିଯୁ୍କକ୍ତ ଆଲୋକ ମଳିକ ସ୍ଥାନୀୟ ଗାନ୍ଧିନଗର ସେବା ସମବାୟ ସମିତି କାର୍ଯ୍ୟାଳୟ ପଛରୁ ବାହାରି ଆସି ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିବା ସହ ମଦ ବିରୋଧି ଆନେ୍ଦାଳନ ଜାରି ରହିଲେ ଆଗାମି ଦିନରେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ।
ଏଥିରେ ଶାନ୍ତି କମିଟିର ଗୁରୁତର ଆହତ ହୋଇଥିବା ୨ଜଣ ସଭ୍ୟଙ୍କୁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିନ୍ମୟ କୁମାର ଦାସ, ବିମରେଶ ସାହୁ, ଭାସ୍କର ଚନ୍ଦ୍ର ନାୟକ, ରାଜେନ୍ଦ୍ର ମଳିକ, ରାଜକିଶୋର ଲେଙ୍କା, ଲକ୍ଷ୍ମୀଧର ଯେନା, ଦେବେନ୍ଦ୍ର ଦାସ, ମୃତୁ୍ୟଞ୍ଜୟ ଦାସ, ରାକେଶ ଜେନା, ହେମନ୍ତ ନାୟକ, ସରୋଜ ମିଶ୍ର,ପ୍ରଦୀପ ଦାସ ପ୍ରମୁଖ ଶତାଧିକ ରୁଣ୍ଡହୋଇ ଚୋରା ମଦ ବିକ୍ରେତା ଆଲୋକକୁ ଗିରଫ କରିବା ଲାଗି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।