ଛତ୍ରପୁର ୩/୯ : ଭାଗ ଚାଷୀଙ୍କ ନାମ ପଞ୍ଜିକରଣ ଏବଂ ଧାନ କିଣିବା ସମ୍ବନ୍ଧରେ ଆଜି ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଦାବୀ ପତ୍ର ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ପ୍ରଦାନ କରାଯାଇଛି l ଏହି ଦାବୀ ପତ୍ରରେ ଦର୍ଶାଯାଇଛି ଯେ ଗଞ୍ଜାମ ଜିଲ୍ଲାରେ ୩ ଲକ୍ଷ ଚାଷୀ ଧାନ ଚାଷ କରୁଥିବା ବେଳେ ୨ ଲକ୍ଷ ରୁ ଅଧିକ ଭାଗ ଚାଷୀ ମାନେ ଧାନ ଚାଷ କରିଥାନ୍ତି |
ଭାଗ ଚାଷୀ ମାନେ ହେଉଛନ୍ତି ପ୍ରକୃତ ଚାଷୀ,ଯେଉଁମାନେ କି ନିଜ ପରିବାର ସହ ପରିଶ୍ରମ କରନ୍ତି ,ସାର,ପିଡିଆ ଚାଷ ପାଇଁ ଯାହା ଆବଶ୍ୟକ ନିଜ ହାତରୁ ଖର୍ଚ୍ଚ କରି ନିଜର ସାଉକାର ଜମିରେ ଚାଷ କରିଥାନ୍ତି | ମାତ୍ର ସେମାନଙ୍କୁ ସୋସାଇଟି ତରଫରୁ କୃଷି ଋଣ କି ଅନ୍ୟାନ୍ୟ ଚାଷ ପାଇଁ ଆବଶ୍ୟକ ହେଉଥିବା ଜିନିଷ ପାଇଁ ପଇସା ମିଳେ ନାହିଁ , “ବଳରାମ ଯୋଜନା ” ମଧ୍ୟ କାର୍ଯ୍ୟକାରୀ ହେଉନାହିଁ | ଭାଗ ଚାଷୀ ମାନେ ସାଉକାର ଠାରୁ ଋଣ କରି ଘରୋଇ ଡିଲର ଓ ବେପାରୀ ମାନଙ୍କଠାରୁ ୟୁରିଆ ସାର ଦର ସରକାରୀ ମୂଲ୍ୟ ଟ ୨୬୬.୫୦ ପଇସା ଥିବା ବେଳେ ୪୫୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି |
ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ସବୁ ଜାଣି ଶୁଣି ନିରବ ରହୁଛି | ଚାଷୀଙ୍କ ଦୁଃଖ ବୁଝିବାକୁ ତାଙ୍କର ସମୟ ନାହିଁ,ଗତ ୨୦୧୯-୨୦ ମସିହାରେ ଧାନ ବିକିବା ପାଇଁ ୧୮ ହଜାର ଭାଗ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ମାତ୍ର ୧୭ ସହ ଭାଗ ଚାଷୀ ପଞ୍ଜିକରଣ କରିଛନ୍ତି | ଚଳିତ ବର୍ଷ ନୂଆ ନିୟମ ସମବାୟ ବିଭାଗ ଜାରି କରି ଜମି ମାଲିକର ଆଧାର କାର୍ଡ ଓ ମୋବାଇଲ ନମ୍ବର ଏବଂ ସ୍ୱୀକୃତି ପତ୍ର ପ୍ରଦାନ କଲେ ହିଁ ଭାଗ ଚାଷୀ ନାମ ପଞ୍ଜିକରଣ ହୋଇପାରିବ ଯାହା କି ସମ୍ଭବ ନୁହେ, ପୂର୍ବରୁ ସରପଞ୍ଚ କିମ୍ବା ଗ୍ରାମ କମିଟି ଲେଖିକରି ଦେଲେ ହୋଇପାରୁଥିଲା |
ଏଣୁ ସମବାୟ ବିଭାଗ ଜାଣିଶୁଣି ଚାଷୀ ଭାଇ ମାନଙ୍କୁ ପଞ୍ଜିକରଣ ନ କରିବା ପାଇଁ ଚକ୍ରାନ୍ତ କରିଛନ୍ତି | ତେଣୁ ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ କରାଯାଉଛି ଯେ ଆପଣ ପୂର୍ବ ବର୍ଷ ପରି ଭାଗ ଚାଷୀଙ୍କ ନାମ ପଞ୍ଜିକରଣ କରିବା ପାଇଁ ସୁବିଧା କଲେ ଗଞ୍ଜାମ ଚାଷୀ ଉପକୃତ ହେବେ | ଏନେଇ ଏକ ପ୍ରେସ ରିଲିଜ ଦ୍ୱାରା ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ସୂଚନା ଦେଇଛନ୍ତି l