ଫୁଲନଖରା : ବାରଙ୍ଗ ବ୍ଲକହରିଅନ୍ତା ପଞ୍ଚାୟତ ଅନ୍ତର୍ଗତ ଖଲୋର ଗ୍ରାମର ଚାଷୀ ପ୍ରଭାକର ପ୍ରଧାନଙ୍କ ହୃଦଘାତରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା । ସେ ନଗରୀ ପଞ୍ଚାୟତ ଅନ୍ତର୍ଗତ ଅରଡ଼ିଆପଦା ଡିହସାହିସ୍ଥିତ ନିଜ ଶ୍ୱଶୁର ବନମାଳି ପରିଡ଼ାଙ୍କ ଘରେ ଥିଲାବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ; ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ମହୀଧରପଡ଼ା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତୁ୍ୟ ହୋଇସାରିଥିଲା । ଆଜକୁ ୫ବର୍ଷ ପୂର୍ବେ କୁରାଙ୍ଗଶାସନ ନଡ଼ିଆଗୁରୁଡ଼ି ବଜାରରେ ପ୍ରଭାକରଙ୍କ ବଡ଼ ଭାଇଙ୍କୁ ତୀର ମାରି ହତ୍ୟା କରାଯାଇଥିଲା ।