ଫୁଲନଖରା : ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ଦ୍ୱାଦଶ ଇ.ପାଠଚକ୍ର ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ତଥା ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଲୋକ ସଂସଦର ମୁଖ୍ୟ ଡଃ. ଚିତ୍ତରଞ୍ଜନ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ଇଂ. ଅମ୍ବରୀଶ ଶତପଥି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ସର୍ବଧର୍ମ ସମନ୍ୱୟ ସଂକ୍ରାନ୍ତରେ ସାରଗର୍ଭକ ଉଦବୋଧନ ଦେଇଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରୁ ଗୌତମ ସାମଲ ପରିଚାଳନା କରିଥିଲାବେଳେ ଭୋଳାନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅରୁଣକୁମାର ତ୍ରିପାଠୀ ସଂଯୋଜନା କରିଥିଲେ
