ନୂଆଦିଲ୍ଲୀ,୩୧ା୮(ଏଜେନ୍ସି): ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ହଠାତ ଆଇପିଏଲ ଖେଳିବେ ନାହିଁ ବୋଲି ସୂଚନା ଦେଇଥିଲେ । ଏପରିକି ୟୁଏଇରେ ପହଞ୍ଚିଥିଲେ କି;ୁ ଲିଗ୍ ଆରମ୍ଭ ହେବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଫେରିଥିଲେ । ତେବେ ପ୍ରଶଂସକଜାଣିବାକୁ ଚାହାଁନ୍ତି ଯେ, ଏପରି କ’ଣ ହେଲା ଯେଉଁଥିପାଇଁ ସୁରେଶ ରାଇନା ଭାରତକୁ ଫେରି ଆସିଲେ । ଭେଟେରାନ ମହେନ୍ଦ୍ର ସିଂ ଧୋନିଙ୍କ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିଷୟରେ ସିଏସକେ ମାଲିକ ଶ୍ରୀନିବାସନ କହିଛନ୍ତି ଯେ, ହୋଟେଲ ରୁମ ପସନ୍ଦ ନ ଥିବାରୁ ସେ ଭାରତ ଫେରିଛନ୍ତି । ଶ୍ରୀନିବାସନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ହୋଟେଲ ରୁମକୁ ପସନ୍ଦ କଲେ ନାହିଁ, ତେଣୁ ରାଇନା ପୁରା ଆଇପିଏଲ ଛାଡିଥିଲେ । ହେଲେ ଏଭଳି ସଫେଇ ପ୍ରଶଂସକଙ୍କୁ ସନ୍ତୋଷ କରିପାରି ନାହିଁ । ବାସ୍ତବତା କ’ଣ, କାହାକୁ ଜଣା ନାହିଁ । କେବଳ ସୁରେଶ ରାଇନା ଏହା ବିଷୟରେ ବାସ୍ତବତା ଜାଣିଥିବେ । ବର୍ତ୍ତମାନ ଲୋକଙ୍କ କ୍ରୋଧ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି ।