ଡେଲାଙ୍ଗ-ଲୁଣା ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମର ଷଡାଙ୍ଗୋଇ ଉତ୍ତରବାଡ ଗ୍ରାମର ଅମୁଣିଆ ଦଳିତ ବସ୍ତି, ପଶ୍ଚିମବାଡ ଦଳିତ ବସ୍ତି, ମେଳଣସାହି, ଚାଇଁପୁର ମୌଜା ର ପ୍ରାୟ ୭୦ ପରିବାର ଏବେ ଜଳବନ୍ଦୀରେ ରହିଛନ୍ତି । ଅନ୍ୟ ପକ୍ଷେ ପଥରଡିହ ଗ୍ରାମ ସମ୍ପର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛନ୍ନ ହୋଇଯାଇଛି । ସିଂହବହ୍ମପୁର ପଞ୍ଚାୟତର ମଳିଗାଁ ଗ୍ରାମ ଅର୍ଧନିମିତ ସେତୁ ଯୋଗୁ ଉକ୍ତ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି ।
ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର କୁମାର ଆଚାରୀଆ ଓ ଚାଇଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ମ୍ୟମ୍ନ ପରିଡା ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ତୁରନ୍ତ ବନ୍ୟାଜଳରେ ପଶିରହିଥିବା ପରିବାରଙ୍କୁ ଉଦ୍ଧାର କରିବା ପାଇଁ ବ୍ଳକ ପ୍ରଶାସନ ପାଖରେ ସରପଞ୍ଚ ଶ୍ରୀ ପରିଡା ଦାବି କରିଛନ୍ତି । ସେହିପରି ମୋଟରୀ ଗ୍ରାମ ପଞ୍ଚାୟତର ଗଣ୍ଡପଡା, ନୂଆସାହି, ଆଙ୍କୋଇ, ବାତ୍ତଳ, ଗଡମୋଟରୀ ଗ୍ରାମ ଗହିରର ଚାଷ ଜମି ଗୁଡିକ ବନ୍ୟା ପାଣିରେ ବୁଡିବା ଆରମ୍ଭ କରିଛି । ସୋମବାର ସକାଳ ସୁଦ୍ଧା ଗ୍ରାମକୁ ବନ୍ୟା ପାଣି ପ୍ରବେଶ କରିବାର ଅନୁମାନ କରାଯାଉଛି ।
ସେହିପରି ଲୁଣାନଦୀ ବନ୍ୟା ଜଳ ସୁଜନପୁର ପଂଚାୟତର ଗୈାରାଦେଇପୁର,ପଟଣପୁର,ଡେଲାଙ୍ଗ ବ୍ଲକ କଲୋନୀ ରାସ୍ତା ବୁଡାଇ ଦେଇଛି । ଅନ୍ୟପଟେ ରାଜୁଆ ନଦୀର ତିରିମଲଠାରେ ଘାଇ ହେବା ଦ୍ୱାରା ଡେଲାଙ୍ଗ ବ୍ଳକର ଘନିପୁର ଗ୍ରାମ ପଞ୍ଚାୟତର ବୁଡାଙ୍ଗରା, ବିତିପୁର, ଯୋରକଣି ,ତିଗିରିଆ ଆଦି ଗ୍ରାମ ଗୁଡିକ ଏବେ ପାଣି ଘେରରେ ରହି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆ ଓ ବିଡିଓ କ୍ଷୀରୋଦ୍ର ପ୍ରଧାନ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଜିଲାପାଳଙ୍କୁ ରିର୍ପୋଟ ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ପୁରୀ ଜିଲାପାଳ ବଳୱନ୍ତ ସିଂ ଆଜି ଦୟା, ରାଜୁଆ, ଲୁଣା ,ଭାର୍ଗବୀର ନଦୀ ବନ୍ଧର ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ ଡେଲାଙ୍ଗ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ମକରା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।