Odisha news

ଅଗ୍ନି ବିପ୍ପନଙ୍କୁ ସହାୟତା ପ୍ରଦାନ

0

ଲାୟନ୍ସ କ୍ଲବ କେନ୍ଦ୍ରପଡା ନୀଳଚକ୍ର , କଟକ ଚାଉଳିଆଗଞ୍ଜ ସ୍ଥିତ କଳିଙ୍ଗ ସେବା ସମିତି ଟ୍ରଷ୍ଟ ଏବଂ ମହାକାଳପଡା ୟୁଥ ଗ୍ରୁପ ମିଳିତ ଆନୁକୂଲ୍ୟରେ କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗିରଙ୍ଗ ଗ୍ରାମର ଟୁକୁନା ବାରିକଙ୍କ ପରିବାର କୁ ସହଯୋଗ ର ହାତ ବଢେଇଛନ୍ତି । କିଛି ଦିନ ତଳେ କେହି ଦୁର୍ବୁତ୍ତ ଉକ୍ତ ପରିବାର ରାତିରେ ଶୋଇ ଥିବା ଅବସ୍ତା ରେ ବାହାର ପଟୁ କବାଟ ବନ୍ଦ କରି ଘରେ ନିଆଁ ଲଗାଇ ଦେଇ ଥିଲେ । ଯାହା ଫଳରେ ଘରର ସମସ୍ତ ସଦସ୍ୟ ପୋଡ଼ି ଯିବା ସହିତ ଜଣେ କେବଳ ବର୍ତ୍ତି ଯାଇ ଥିଲେ । ସେଥି ମଧ୍ୟରେ ଜଣେ ଦୁଇ ବର୍ଷ ର ପୁଅ ଆଉ ଜଣେ ଏକ ମାସର ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି ।

କଟକ ମେଡିକାଲ ରେ ଚିକିସ୍ତିତ ଅବସ୍ତାରେ ଜଣଙ୍କର ମ୍ରୂତ୍ଵ୍ଯ ହେଲା । ମେଡିକାଲ ରୁ ଫେରିବା ପରେ ଆସି ଘରେ ପହଞ୍ଚିବା ପରେ ନା ଘରେ ଅଛି ଖାଇବା ପାଇଁ ଖାଦ୍ୟ , ନା ପିନ୍ଧିବା ପାଇଁ ବସ୍ତ୍ର , ନା ରୋଷେଇ କରିବା ପାଇଁ କିଛି ସରଞ୍ଜାମ । ଖବର ପାଇ କେନ୍ଦ୍ରାପଡା ଲାୟନ୍ସ କ୍ଲବର ସଭାପତି ତଥା ମହାକାଳପଡା ୟୁଥ ଗ୍ରୁପର ସଦସ୍ୟ  ଦୀପକ ଚୌଧୁରୀ , ଉପ ସଭାପତି ସୁଶାନ୍ତ କୁମାର ସାହୁ , ମହାକାଳପଡା ୟୁଥ ଗ୍ରୁପର  ସଦସ୍ୟ ..ତଥା ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି ., ଲକ୍ଷ୍ମୀଧର  ସ୍ବାଇଁ ., ଏବଂ କଟକ ସ୍ଥିତ କଳିଙ୍ଗ ସେବା ସମିତି ଟ୍ରଷ୍ଟ ର ସଭାପତି ନରେନ୍ଦ୍ର ଡାଗା , ସମ୍ପାଦକ ଗିରିଶ ପାଟୋଦିଆ , ଖୋଷାଧ୍ଯକ୍ଷ ସଂଜୀବ ଚନ୍ଦୁକା , ସୁନୀଲ କୋଠାରି , ନିରଞ୍ଜନଲାଲ ଶର୍ମା , ଦିନେଶ ଗୁପ୍ତା , ମାନକଲାଲ , ଗୋପାଳ ଗୁପ୍ତା , ମୁନ୍ନା ଜୈନ ମାନଙ୍କ ସହାୟତାରେ ସମସ୍ତ ପରିବାରର ସଦସ୍ୟ ମାନଙ୍କ ପାଇଁ ଲୁଙ୍ଗି, ତଉଲିଆ , ଶାଢ଼ୀ , ଛୋଟ ପିଲାଙ୍କ ଡ୍ରେସ , ଷ୍ଟୋଭ , ଖାଇବା ପାଇଁ ଷ୍ଟିଲ ବାସନ , ରୋଷେଇ କରିବା ପାଇଁ ହାଣ୍ଡି ଡେକଚୀ , ଚାଉଳ ଡାଲି , ତେଲ , ମସଲା , ଚୁଡା ବିସ୍କୁଟ ଇତ୍ୟାଦି ପ୍ରଦାନ କରା ଯାଇଛି ।

ମାତ୍ର ଏଠି ଏକ ବିଡମ୍ବନାର ବିଷୟ ଏହିକି ଯେ ଏତେ ଦିନ ବିତି ଯାଇ ଥିଲେ ମଧ୍ୟ , ଏ ଗରିବ ପରିବାରରେ ନିଆଁ ଲଗାଇ ଥିବା ଦୁର୍ବୁତ୍ତ କୁ ଧରିବାରେ ମାର୍ଶାଘାଇ ପୋଲିସର  ଏତେ ବିଳମ୍ବ କାହିଁକି ? ଦେଖିବାକୁ ବାକି ରହିଲା ଏ ପରିବାରକୁ ନ୍ୟାୟ କେବେ ମିଳିବ ଆଉ ଦୋଷି କେବେ କାଠ ଗଡା଼ କୁ ଯିବ ?

Leave A Reply