Odisha news

ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

0

ଛତ୍ରପୁର,୨୭/୮: ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଗତ ଦୁଇଦିନ ଧରି ଅନୁଷ୍ଠାନର ସଦସ୍ୟ ମାନେ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟ କରିଆସୁଛନ୍ତି । ବୁଧବାର ଦିନ ସ୍ଥାନୀୟ ଆରଆଇ କାର୍ଯ୍ୟାଳୟ ସମ୍ମୁଖ ରେ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।

ଏଥିରେ ଯୁବ ସମାଜସେବୀ ସଂଜିତ୍ କୁମାର ରାଉଳ (ସନ୍ତ) ଛତ୍ରପୁର ସେକସନ୍ ଫରେଷ୍ଟ ରାଜୀବ କୁମାର ପାତ୍ର, ଛତ୍ରପୁର ଆରଆଇ ରବିନ୍ଦ୍ର କୁମାର ପଣ୍ଡା, ପୋଡାପଦର ଆରଆଇଙ୍କ ସମେତ ଆରଆଇ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ଚାରା ରୋପଣ କରିବା ସହ ବଣ୍ଟନ କରିଥିଲେ ।

ସେହିପରି ଗୁରୁବାର ମଧ୍ୟ ଛତ୍ରପୁର ମେଇନ୍ ରୋଡ ଠାରେ ଯୁବ ସମାଜସେବୀ ସଂଜିତ୍ କୁମାର ରାଉଳ (ସନ୍ତ) ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ଜଗା ଦାସ, ହରି ନାୟକ, ଲିଙ୍ଗରାଜ ନାୟକ , କରୁଣାକର ନାୟକଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Ad2
Leave A Reply