ଆର,ଉଦୟଗିରି : ଲାଗୁଛି ଯେମିତି ଗଞ୍ଜେଇ ଚାଷ ଏନ୍ତୁଡିଶାଳ ପାଲଟିଛି ଗଜପତି ଜିଲ୍ଲା । ଦିନ ଦିନ ଜିଲ୍ଲାରେ ଗଞ୍ଜେଇ କାରବାର ବଢି ଚାଲିଛି । କିଛି ଦିନତଳେ ଆର,ଉଦୟଗିରି ପୁଲିସ କିନକଟା ନାକାଗେଟ ରୁ ୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେଥିମଧରୁ ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଫେରାର ହୋଇଛି ।
ଅନ୍ୟପଟେ ଜିଲ୍ଲା ପୁଲିସର ଘନଘନ ଗଞ୍ଜେଇ ବଢାଉର ମୁଖ୍ୟ କାରଣ ସାଜିଥିବା ତଥା ଥାନା ଅଧିକାରୀଙ୍କ ନାମ କାଟିବା ପାଇଁ ଟଙ୍କା ଦାବି କରୁଥିବା ଯୁବକ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଧରିପାରୁ ନାହିଁ । ଏସବୁ ମଧ୍ୟରେ ଜିଲ୍ଲାର ଅଡବା ପୁଲିସ ବାଚୀପଙ୍କା – ମାଣ୍ଡିମରା ରାସ୍ତା ସୋମବାର ପେଟ୍ରୋଲିଙ୍ଗ୍ କଲାବେଳେ ଏକ କାଜୁ ବୋଝେଇ ସନ୍ଦେହ କରି ଯାଞ୍ଚ କରିବାରୁ ଟ୍ରକରୁ ୩ କୁଇଣ୍ଟାଲ ୪୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି ।
ଜବତ ଗଞ୍ଜେଇର ବଜାର ମୂଲ୍ୟ ୨୦ ଲକ୍ଷ ୬୮ ହଜାର ହେବ ବୋଲି ପୁଲିସ ସୁଚନା ଦେଇଥିଲେ । ଏହି ଗଞ୍ଜେଇ ରାଇପଙ୍କା ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା । ପୁଲିସ ଉତ୍ତରପ୍ରଦେଶ ଆଉରାଇଆ ଜିଲ୍ଲା ବିଧୁନା ଥାନା ଜାଗୀରପୁରର ବିପିନ କୁମାର ଓ ମୋନୁ କୁମାର ପାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଥିଲେ । ତେବେ ଜିଲ୍ଲା ପୁଲିସ ତୃଣମୂଳ ସ୍ତରରୁ କେବେ ଗଞ୍ଜେଇ ଚାଷର ମୂଳୋପାଟନ କରୁଛି ଏବଂ ଜିଲ୍ଲାରେ ଗଞ୍ଜେଇ ଚାଷର ଭଗବାନ ସାଜଥିବା ସ୍ଥାନୀୟ ଚୋର ବେପାରୀଙ୍କୁ ଧରୁଛି ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି ।
