Odisha news

କାଣୀ ନଦୀ କଣ୍ଟପଡା ଠାରେ ୫୦ ଫୁଟର ଘାଇ , ୧୫ ପଂଚାୟତର ୭ ହଜାର ହେକ୍ଟର ଚାଷଜମି ଜଳ ମଗ୍ନ : ରଡଙ୍ଗା ଛକ ଠାରୁ ମେଡିକାଲ ପର୍ଯ୍ୟନ୍ତ ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ

0

ଦଶରଥପୁର : ଶୁକ୍ରବାର ବିଳମ୍ବିତ ରାତିରେ ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଂଚାୟତ କଣ୍ଟପଡା ଠାରେ ବୈତରଣୀର ଶାଖା କାଣି ନଦୀରେ ୫୦ ଫୁଟର ଏକ ଘାଇ ସୃଷ୍ଟି ହୋଇଥିଲା । ଫଳରେ ବ୍ଲକର ୧୫ଟି ପଂଚାୟତରେ ୭ ହଜାର ହେକ୍ଟର ଚାଷଜମିରେ ଜଳ ମଗ୍ନ ହୋଇ ରହିଛି । ଗତ ୧୪ ତାରିଖରେ ଲଘୁଚାପ ବର୍ଷାରେ ଧାନ ଜମିରେ ପାଣି ଜମିରହି ଶୁଖିନଥିବାବେଳେ ୨୧ ତାରିଖ ବିଳମ୍ବିତ ରାତିରେ କଣ୍ଟପଡା ଘାଇ ହେବା ଫଳରେ ପୁନଶ୍ଚ ବନ୍ୟା ଜଳ ମାଡିଯାଇଛି ।

ବ୍ଲକର କଷପା, ମଲ୍ଲିକାପୁର, ଦୁଦୁରାଅନ୍ତା, ଦତ୍ତପୁର, ନିଜାମପୁର, ଶୁଶୁଆ, ମଂଗଳପୁର, କୟାଁ, କମାରଡିହି, ଖାନନଗର, ଥାଲକୁଡି, ବିରିପଟା, ପାଲଟପୁର, ଜାଫରପୁର ପଂଚାୟତର ୭୦୦୦ରୁ ଅଧିକ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଏଣୁ କିଛି ଦିନ ପୂର୍ବରୁ ରୁଆ ଯାଇଥିବା ଧାନ ପଚିବାକୁ ଲାଗିଲାଣି ।

ଏଣୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ମଲ୍ଲିକାପୁରସ୍ଥ ଆ୍ଦର୍ଶ ବିଦ୍ୟାଳୟ ଯିବାରାସ୍ତା ସମ୍ପୂର୍ଣ୍ଣ ବୁଡି ରହିଛି । ସେହିପରି ନିଜାମପୁର ପଂଚାୟତ ରଡଙ୍ଗା ଠାକ ଠାରୁ ମେଡିକାର ପର୍ଯ୍ୟନ୍ତ ରାସ୍ତାଟି ୨ ଦିନ ହେବ ୨ ଫୁଟ ଉଚ୍ଚତାରେ ବନ୍ୟା ପାଣି ବୁଡି ରହିଛି । ଏଣୁ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ ମେଡିକାଲ ଯିବାକୁ ରୋଗିମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ଏଣୁ ତୁରନ୍ତ ମରାମତି କରିବାକୁ ମନୋରଂଜନ ଦାସ, ବାପୁନି ବିଶ୍ୱାଳ, ପ୍ରବିର ବେହେରା, ରାମ ମଲ୍ଲିକ, ସିପୁ ବିଶ୍ୱାଲ, ମାଙ୍ଗା ସାହୁ, ଧୁଡୁକା ସାହୁ ପ୍ରମୁଖ ଦାବୀ କରିଛନ୍ତି

Leave A Reply