ବଇଁଣ୍ଡା: ସମ୍ବଲପୁର-ତାଳଚେର ରେଳପଥର ଗୁରୁଜାଙ୍ଗ ପୁସବ୍ରିଜ ଠାରେ ଏକ ଶୁଖିଲା ଗଛ ୮ ଦିନ ହେଲା ଝୁଲି ରହିଛି । ବିପଦ ଶଙ୍କୁଳ ଭାବରେ ଶୁଖିଲା ମହୁଲ ଗଛ ଝୁଲି ରହିଥିବାରୁ ଆମ୍ବାପାଳ-ଝରାବେରେଣୀ ପ୍ରଧାନମନ୍ତ୍ରୀ ସଡକରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏ ନେଇ ରେଳ ବିଭାଗ ଏବଂ ପୂର୍ତ ବିଭାଗ କୁ ଆମ୍ବପାଳ ପଚାଂୟତବାସୀ ଜଣାଇଥିଲେ ମଧ୍ୟ କୋଣସି ସୁଫଳ ମିଳିନଥିବା ପଚାଂୟତବାସୀ ଗଣ ମାଧ୍ୟମକୁ ଜଣାଇଛନ୍ତି