ବାଲେଶ୍ୱର : ଗତ କିଛିଦିନ ହେଲା ଚୋରା ମଦ କାରବାର ଚଳାଇଥିବା ମାଫିଆମାନଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚô ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମଦମାଫିଆ ମାନେ ପୁରୁଣା ବାଲେଶ୍ୱର ଅଞ୍ଚଳରୁ ବାଇକ୍ ଯୋଗେ ମଦନେଇ ଯାଉଥିବା ବେଳେ ରସାଳପୁର ଛକରେ ଜଣେ ଦୋକାନୀଙ୍କୁ ଧକ୍କାଦେବା ଫଳରେ ଦୋକାନୀ ଜଣଙ୍କ ଆହତ ହୋଇଛନ୍ତି । ଆହତ ଚାଟ ଦୋକାନୀଙ୍କ ନାମ ପର୍ଶୁରାମ ବାରିକ୍ ବୋଲି ଜଣାପଡ଼ିଛି ।
ଏହି ଘଟଣା ଜଣାପଡ଼ିବା ପରେ କିଛି ସ୍ଥାନୀୟ ଲୋକ ସେଠାରେ ପହଞ୍ଚô ଯିବାରୁ ମଦ ମାଫିଆମାନେ ସେମାନଙ୍କ ସହିତ ପାଟିତୁଣ୍ଡ କରିବା ସହିତ ଧମକ୍ ଚମକ୍ ଦେଇ ସେଠାରୁ ପଳାଇ ଯାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷର କାରଣ ହୋଇଛି । ଏଠାରେ ଉଲ୍ଲେଖ ଯୋଗ୍ୟଯେ ଚୋରା ମଦ ମାଫିଆମାନେ ୫ନଂ ଜାତୀୟ ରାଜପଥରେ ସୁବିଧାରେ ସେମାନଙ୍କ କାରବାର କରିପାରୁ ନଥିବାରୁ ସେମାନେ ସଲ୍ଟରୋଡ଼୍କୁ ଏକ ନିରାପଦ ରାସ୍ତା ଭାବେ ଧରିନେଇ ସେହି ରାସ୍ତାରେ ପ୍ରତ୍ୟେକ ଦିନ ବାଇକ୍ରେ ଅବାଧଭାବେ ଚୋରାମଦ କାରବାର ଜାରି ରଖିଛନ୍ତି । ଏଦିଗରେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜର ପଡ଼ି ଧରପଗଡ଼କୁ ଜୋରଦାର କରାଯିବାକୁ ସାଧାରଣରେ ଦାବି ହେଉଛି ।
