କଣିହାଁ : ଅନୁଗୋଳ ଜିଲା କଣିହାଁ ବ୍ଲକ ଅନ୍ତର୍ଗତ ତାଳପଦା-ସିଲିଂ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଚେଷ୍ଟା ଚଳାଇଛନ୍ତି ପାଳଲହଡା ବିଧାୟକ ମୁକେଶ କୁମାର ପାଳ । ଏଥିପାଇଁ ବିଧାୟକ ଶ୍ରୀ ପାଳ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଘଟିକା ସମୟରେ ସିଲିଂଠାରେ ବ୍ରାହ୍ମଣୀ ନଦୀ ପାଖକୁ ଯାଇ ସେତୁସ୍ଥଳରେ ପ୍ରାରମ୍ଭିକ ସର୍ଭେ କରିଥିଲେ । ସିଲିଂ ନଦୀଘାଟ ଉପରେ ସେତୁ ପାଇଁ ଉପଯୁକ୍ତ ସଯତାନ ବୋଲି ଚିହ୍ନଟ ହୋଇଥିଲା । ସର୍ଭେ ସମୟରେ ପିଡବ୍ଲୁଡି ଏସଡିଓ, ଆରଡି ଏସଡିଓ ସମେତ ଅନ୍ୟାନ୍ୟ ଯନ୍ତ୍ରୀ ପ୍ରମୁଖ ସ୍ଥାନୀୟ ବୁଦ୍ଧିଜିବୀ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ ।
ସେତୁ ନିର୍ମାଣ ନେଇ ବିଧାୟକ ଶ୍ରୀ ପାଳ ରାଜ୍ୟସରକାରଙ୍କ ଠାରେ ଆଲୋଚନା କରିବେ ବୋଲି ଜଣାଯାଇଛି । ସୁଚନା ଯୋଗ୍ୟଯେ,ଉକ୍ତ ଯାଗାରେ ସେତୁ ହେଲେ ଅଂଚଳବାସୀଙ୍କ ଯାତାୟତ ସୁଗମ ହେବାସହ ତାଳପଦା ଠାରେ ଥିବା ବହୁ ପୁରାତନ ଶୈବପୀଠକୁ ଯିବା ଆସିବାରେ ସହାୟକ ହୋଇପାରିବ ବୋଲି ଅନୁଭବ କରି ଏଠାରେ ସେତୁ ନିର୍ମାଣ କରିବା ପାଇଁ ବିଧାୟକ ଶ୍ରୀ ପାଳ ବିଧାନସଭାରେ ଉଠାଇଥିଲେ । ବିଧାୟକଙ୍କ ଉକ୍ତ ପରିଦର୍ସନ ସମୟରେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାଶ ଚନ୍ଦ୍ର ସାହୁ, ସରପଂଚ ବଂଶୀଧର ସାହୁ, ପରାବିଲ ସଭାପତି ପର୍ଶୁରାମ ବିଶ୍ୱାଳ, ସୁବାଶ ମହାନ୍ତି, ମାନ ପ୍ରଧାନ ପ୍ରମୁଖ ଅନେକ ବୁଦ୍ଧିଜିବୀ ଉପସ୍ଥିତ ଥିଲେ