ଭୁବନେଶ୍ୱର,(ନି.ପ୍ର): ସାଙ୍ଗ ଫୋନ୍ ଚୋରୀ କରିଥିବା ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଶୁକ୍ରବାର ଦିନ ଅନ୍ୟ ଏକ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁରର ଜିଲ୍ଲା ପାରାଦ୍ୱୀପ ଥାନା ବାଲିଢିହାର ଆଲୋକ ପଟ୍ଟନାୟକ(୪୧) ।
ଆଲୋକ ଏଠାରେ ଶହୀଦନଗର ଥାନା ଅନ୍ତର୍ଗତ କେଶୁରା ପ୍ଳଟ ନମ୍ବର-୮୩ରେ ଅଶୋକ କୁମାର ସାହୁ(୪୦)ଙ୍କ ସହ ରହୁଥିଲେ । ଗତ ୧୯ ତାରିଖ ଦିନ ଘରେ କେହି ନଥିବାବେଳେ ଆଲୋକ ଅଶୋକଙ୍କ ମୋବାଇଲ୍ ଚୋରୀ କରି ନେଇଥିଲେ । ଏ ନେଇ ଅଶୋକ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତ ଆଲୋକକୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଚୋରୀ ମୋବାଇଲ୍ ଜବତ କରି ନାହିଁ ।