Odisha news

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୪ ତମ ସ୍ଵାଧୀନତା ଦିବସ ପାଳିତ

0
ଗଜପତି (ପାରଳାଖେମୁଣ୍ଡି) : ଗରୁଡ଼ ଧ୍ଵଜ ଚୌଧୁରୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତଗଜପତି ଷ୍ଟାଡିୟମରେ ସ୍ୱାଧୀନ ଭାରତର ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମାନ୍ୟବର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା,  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ସମ୍ମାନୀୟ ଅତିଥିଭାବେ ଉପସ୍ଥିତ ରହିଥିଲେ। କରୋନା କଟକଣା ମଧ୍ୟରେ କେବେଳ ପୋଲିସ ବାହିନୀ ଦ୍ୱାରା ମୁହଁରେ ମାସ୍କ ଓ ସାମାଜିକ ଦୂରତ୍ୱ ରଖି ଆଜିର ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି ଅବସରରେ କୋଭିଡ ଯୁଦ୍ଧରେ ଉତ୍ସର୍ଗୀକୃତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
Ad2
Leave A Reply