Odisha news

ଷ୍ଟୋକ୍ସଙ୍କ ଅନୁପସ୍ଥିତି ସତ୍ତେ୍ୱ ସିରିଜ୍‌ ଜିତିବ ଇଂଲଣ୍ଡ: ଭନ୍

0

ସାଉଥମ୍ପଟନ୍‌,୧୨ା୮(ଏଜେନ୍ସି): ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଦମାକାଦାର ବିଜୟ ସହ ୧- ୦ରେ ଅଗ୍ରଣୀ ହାସଲ କରିଛି । ଗୁରୁବାରଠୁ ଉଭୟ ଦଳ ସାଉଥମ୍ପଟନ୍‌ରେ ପରସ୍ପରକୁ ଦ୍ୱିତୀୟ ମ୍ୟାଚ୍‌ରେ ଭେଟିବାକୁ ଯାଉଛନ୍ତି । ଇଂଲଣ୍ଡର ପ୍ରମୁଖ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ଅବଶିଷ୍ଟ ୨ଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଇଂଲଣ୍ଡ ଏବଂ େୱଲ୍ସ କ୍ରିକେଟ୍‌ ବୋର୍ଡ ନିକଟରେ ଘୋଷଣା କରିଥିଲା । ପାରିବାରିକ ସମସ୍ୟା ଥିବାରୁ ବେନ୍‌ ଷ୍ଟୋକ୍ସ ନୁ୍ୟଜିଲାଣ୍ଡ ଯିବାର ଥିଲା । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ଇଂଲଣ୍ଡ-ପାକିସ୍ତାନ ଶୃଙ୍ଖଳାକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଦଳରେ ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ଅନୁପସ୍ଥିତି ସତ୍ତେ୍ୱ ଇଂଲଣ୍ଡ ଶୃଙ୍ଖଳା ଜିତିବ ବୋଲି ଭନ୍‌ ଆଶାବ୍ୟକ୍ତ କରିଛନ୍ତି । ତାଙ୍କ ମତରେ ଓଲïଟ୍ରାଫୋଡ ମ୍ୟାଚ୍‌ରେ ଇଂଲଣ୍ଡ ୩ ୱିକେଟ୍‌ ବ୍ୟବଧାନରେ ନାଟକୀୟ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଷ୍ଟୋକ୍ସ ଚୂଡାନ୍ତ ଏକାଦଶରେ ସାମିଲ ଥିଲେ । କିନ୍ତୁ ପାରିବାରିକ ସମସ୍ୟା ଯୋଗୁଁ ସେ ଆଗାମୀ ଦୁଇଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ବୋର୍ଡକୁ ଜଣାଇଥିଲେ । ଷ୍ଟୋକ୍ସଙ୍କ ଅନୁପସ୍ଥିତି ସତ୍ତେ୍ୱ ଇଂଲଣ୍ଡ ଦଳ ଶକ୍ତିଶାଳୀ । ଏପରିକି ପାକିସ୍ତାନକୁ ଟେଷ୍ଟ ଶୃଙ୍ଖଳାରେ ୩-୦ରେ ହରାଇବାର ଦକ୍ଷତା ଇଂଲଣ୍ଡର ରହିଛି ବୋଲି ଭନ୍‌ କହିଛନ୍ତି ।

Leave A Reply