Odisha news

ଡିସିଜିଆଇ ଅନୁମତି ପ୍ରଦାନ : କୋଭିଡ୍‌-୧୯ ଟିକା “କୋଭିସିଲ୍”‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନ ରେ ହେବ

0

ନୂଆଦିଲ୍ଲୀ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-୧୯ ଟିକା “କୋଭିସିଲ୍”‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନରେ କରିବା ପାଇଁ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା କମିବା (ସିଏଫ୍‌ଆର) ଏବଂ ଅଧିକ ସୁସ୍ଥ ହେବା ଘଟଣାରେ ଭାରତ ସମଗ୍ର ବିଶ୍ୱରେ ତାହାର ସଫଳତା ବଜାୟ ରଖିଛି । ଏବେ ଭାରତରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁସଂଖ୍ୟା ଆକ୍ରାନ୍ତଙ୍କ ଅନୁପାତରେ ସର୍ବନିମ୍ନ ସ୍ତରରେ ରହିଛି ।  ସର୍ବଶେଷ ତଥ୍ୟ ଅନୁସାରେ ଏହି ମୃତ୍ୟୁହାର ବା ସିଏଫ୍‌ଆର ଆହୁରି ହ୍ରାସ ପାଇ ୨.୧୧ ଶତାଂଶରେ ପହଞ୍ଚିଛି । ଭାରତ ସରକାର କୋଭିଡ୍‌ ପରିଚାଳନା ପାଇଁ ଯେଉଁ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ପ୍ରଣୟନ କରିଛନ୍ତି ଏହି ଉପଲବ୍‌ଧି ତାହାର ସଫଳ କାର୍ଯ୍ୟକାରିତାର ପରିଣତି ।

ଦେଶରେ ଏବେ କୋଭିଡ୍‌ ପରିଚାଳନା ପାଇଁ ଯେଉଁ ରଣନୀତି ଗ୍ରହଣ କରାଯାଇଛି ସେଥିରେ ସବୁଠୁ ବିପଦାପନ୍ନ ଥିବା ଜନସଂଖ୍ୟାକୁ ଚିକିତ୍ସା ଓ ଯତ୍ନରେ ଅଗ୍ରାଧିକାର ଦିଆଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦ ହଜାର ୫୭୪ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୧ଲକ୍ଷ ୮୬ ହଜାର ୨୦୩ ଜଣ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ହାର କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୬୫.୭୭ ପ୍ରତିଶତ ।

ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଏବେ ଆରୋଗ୍ୟ ଲାଭ କରୁଥିବା ଓ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଇ ୬ ଲକ୍ଷରେ ପହଞ୍ଚିଛି। ଏବେ ଏହି ସଂଖ୍ୟା ୬ଲକ୍ଷ ୬ହଜାର ୮୪୬ ରହିଛି। ଏହାର ଅର୍ଥ ଏବେ ଭାରତରେ ସକ୍ରିୟ କୋଭିଡ୍‌ଙ୍କ ସଂଖ୍ୟା ୫ଲକ୍ଷ ୭୯ହଜାର ୩୫୭ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ବାହାରୁ ଭାରତରେ ନାଗରିକ ପ୍ରବେଶ ସଂକ୍ରାନ୍ତ ୨୪ ମେ’ରେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ସେଥିରେ ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି । ଏହା ଅଗଷ୍ଟ ୮ ତାରିଖ ରାତି ୧୨ଟା ପରେ କାର୍ଯ୍ୟକାରୀ ହେବ।

Nalco
Leave A Reply