Odisha news

ଶ୍ରୀ ବଳଦେବଜୀୟୁଙ୍କ ଜନ୍ମଦିନରେ ଲକ୍ଷେ ତୁଳସୀ ଅର୍ପଣ

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : ପବିତ୍ର ଗହ୍ମାପୂର୍ଣ୍ଣିମା ଓ ରକ୍ଷାବନ୍ଧନ ଉସôବରେ ତଥା ଶ୍ରୀ ସିଦ୍ଧ ଶ୍ରୀ ବଳଦେବଜୀୟୁଙ୍କ ପବିତ୍ର ଜନ୍ମ ଦିବସ ଉପଲକ୍ଷେ ତୁଳସୀ କ୍ଷେତ୍ରରେ ଦିଅଁ ମାନଙ୍କୁ ଲକ୍ଷେ ତୁଳସୀ ଅର୍ପଣ କରାଯାଇଛି । ସୋମବାର ଶ୍ରୀଜୀୟୁ ମାନଙ୍କ ପହୁଡ ଖୋଲାଯାଇ ଜୟ ମଙ୍ଗଳା ଆଳତୀ, ନିତୀ ସ୍ନାନ ଓ ବଲ୍ଲଭ ରୂପ ଅର୍ପଣ କରାଯାଇଛି । ଖେଚୁଡୀ ଧୂପ କରାଯିବା ପରେ ତିନି ଠାକୁରଙ୍କ ରାଜବେଶ କରାଯାଇ ମଧ୍ୟାହ୍ନରେ ମଙ୍ଗଲା ଅର୍ପଣ ଓ ଜନ୍ମ ଅଭିଷେକ ଅନୁଷ୍ଠିତ ହୋଇଥିଲା ।

ପରେ ୧ ଲକ୍ଷ ତୁଳସୀରେ ସଜ୍ଜିତ କରାଯାଇ ପୁରୀ ଶ୍ରୀ ମନ୍ଦିରରୁ ଆସିଥିବା ପାଟରାକ୍ଷୀ ଶ୍ରୀ ବଳଦେବଜୀୟୁ ଓ ଶ୍ରୀ ଜଗନ୍ନାଥଙ୍କୁ  ଲାଗି କରାଯାଇଥିଲା । ପରେ ମନ୍ଦିର ପରିସରରେ ହୋମଯଜ୍ଞ ପ୍ରତିଷ୍ଠା କରାଯାଇ ଦ୍ୱିପହର ଧୁପ ପରେ ପହୁଡ ଲାଗି ହୋଇଥିଲା । ସଂନ୍ଧ୍ୟାରେ ପହୁଡ ଉଠାଣୀ ଭୋଗ ଓ ଆଳତୀ ହୋଇଥିଲା । ପରେ ହୋମଯଜ୍ଞ ଓ ପୂର୍ଣ୍ଣାହୂତି ସହ ତୁଳସୀ ଅର୍ପଣ ଶେଷ କରାଯାଇଥିଲା । ପରେ ରାତ୍ର ଧୂପ କରାଯାଇ ବେଶ ଉଲାଗି ସହ ବଡ ସିଂହାର ନୀତି ସଂପୂର୍ଣ୍ଣ କରାଯାଇ ମନ୍ଦିର ମୁଦ କରାଯାଇଥିଲା । କରୋନା କଟକଣାରେ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ବାହାର ସିଂହଦ୍ୱାର ଠାରେ ଦିଅଁ ମାନଙ୍କୁ ଦର୍ଶନ କରିଥିଲେ ।

IEC 2 years
Leave A Reply