ଭଦ୍ରକ ଜିଲ୍ଲାରେ “କରୋନା’ ସଂକ୍ରମଣ : ଆଜି ଚିହ୍ନଟ ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ସ୍ଥାନୀୟ , ମୋଟ ସଂଖ୍ୟା ୬୫୨ ଛୁଇଁଲା
ଭଦ୍ରକ :ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ମୁଖ୍ୟତଃ ଭଦ୍ରକ ସହର ଓ ସହର ଉପକ= ଅଞ୍ଚଳରେ ସ୍ଥାନୀୟ ବା ଲୋକାଲ କଣ୍ଟାକଫଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଆଜି ପୁଣି ନୂଆ ୨୫ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୬୫୨ ସଂଖ୍ୟାକୁ ଛୁଇଁଛି । ଜିଲ୍ଲାରୁ ମୋଟ ୧୯ ହଜାର ୧୪୯ ନମୁନା ପରୀକ୍ଷା ପରେ ଏହି ସଂଖ୍ୟାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ମୋଟ ୫୪୯ଜଣ ସୁସ୍ଥ ହୋଇସାରିଛନ୍ତି । ଯାହା ଫଳରେ ଏବେ ମୋଟ ଆକଫିଭ କେଶ ଆଉ ୧୦୧ ରହିଛି । ୨୫ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୯ଜଣ ଲୋକାଲ କଣ୍ଟାକଫ । ନୂତନ ଚିିହ୍ନଟମାନେ ହେଲେ ତିହିଡି ବ୍ଲକ ସିନ୍ଦେହା ଟିଏମ୍ସି ସେଣ୍ଟରରୁ ଜଣେ, ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍ସିରୁ ଜଣେ, ଧାମନଗର ବ୍ଲକ ବାଲିପାଟଣା ଟିଏମ୍ସିରୁ ଜଣେ ଏବଂ ହସନାବାଦ୍ ଟିଏମ୍ସିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଭଦ୍ରକ ପୌରପାଳିକାର ୧୪ ନଂ ଓ୍ୱାର୍ଡ ସନ୍ଥିଆରୁ ୨ଜଣ, ୧୫ ନଂ ଓ୍ୱାର୍ଡ କୁଆଁସ ମଙ୍ଗଳାମନ୍ଦିର ନିକଟରୁ ଜଣେ ଓ ଫେକର ଅଫିସ ନିକଟରୁ ଜଣେ, ୨୬ ନଂ ଓ୍ୱାର୍ଡ ପୁରୁଣାବଜାର ବାବୁସାହି ଗାଁରୁ ୨ଜଣ, ୯ନଂ ଓ୍ୱାର୍ଡ ପିଡବ୍ଲìଡି କଲୋନୀରୁ ଜଣେ, ୫ନଂ ଓ୍ୱାର୍ଡ ଚରମ୍ପା ମିଶନ ପବ୍ଲିକ ସ୍କୁଲ ନିକଟରୁ ଜଣେ, ୧୩ ନଂ ଓ୍ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସାନଶାସନ କଣ୍ଟାପଡା ଗାଁରୁ ଜଣେ, କୁରିଗାଁ ପଞ୍ଚାୟତ କୁରିଗାଁ ଗାଁରୁ ଜଣେ, ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ କଟିଣା ଗାଁରୁ ୨ଜଣ, ଭଦ୍ରକ ବ୍ଲକ କୋଡବରୁଆଁ ପଞ୍ଚାୟତ ପଲୀ ଗାଁରୁ ଜଣେ, ଅର୍ଣ୍ଣପାଳ ପଞ୍ଚାୟତ ଭକ୍ତିବ୍ରହ୍ମପୁର ଗାଁରୁ ଜଣେ, ଅର୍ଣ୍ଣପାଳ ଗାଁରୁ ଜଣେ ଚିିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଧାମନଗର ବ୍ଲକ ଖପରପଦା ଗାଁର ଜଣେ ଆକ୍ରାନ୍ତ ଭୁବନେଶ୍ୱର ଉତ୍କଳ ହସ୍ପିଟାଲରେ ଚିିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକ ଗୋରାମାଟି ତୋରଣପଦା ଗାଁର ଜଣେ ଏବଂ ତିହିଡି ବ୍ଲକ କୁବେରା ବାରିକପୁର ଗାଁର ଜଣେ କଟକ ଏସ୍ସିବି ମେଡିକାଲରେ ଚିହ୍ନଟ ହୋଇଛନ୍ତି ।
ଏହାପରେ ଜିଲ୍ଳାପାଳ ଡ. ଜ୍ଞାନ ଦାସ ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତର ତୋରଣପଦା, ଭକ୍ତିବ୍ରହ୍ମପୁର ଗାଁର ସାହୁସାହି, କରସାହି ଓ ଜେନାସାହି, ଅର୍ଣ୍ଣପାଳ ଗାଁର ୩ ନଂ ଓ୍ୱାର୍ଡ ବଙ୍ଗାଳିସାହି, ତିହିଡି ବ୍ଲକର କୁବେରା ପଞ୍ଚାୟତର ବାରିକପୁର ଗାଁ, ଧାମନଗର ବ୍ଲକର ଖପରପଦା ଗାଁର ତେଲିସାହି, ଗୁଡିଆସାହି ଓ ବଙ୍ଗାଳିସାହି, ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ଗାଁର ୭ନଂ ଓ ୮ ନଂ ଓ୍ୱାର୍ଡ, ବଡକଣ୍ଟାପଡା, ରାଣିପଦା, ତେନ୍ତୁଳିଆ ଗାଁ, ସିନ୍ଦୋଳ ହାଇସ୍କୁଲ, ହସନାବାଦ ଗାଁର ବାସୁଦେବପୁର ଏମ୍ଇ ସ୍କୁଲ, ବାଲିପାଟଣା କ୍ଲଷ୍ଟର ଟିଏମ୍ସିକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଥିବା ବେଳେ ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବଳବତ୍ତର ଥିବା କଣ୍ଟେନମେଣ୍ଟଜୋନ କଟକଣାକୁ ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି । ସେହିଭଳି ଭଦ୍ରକ ପୌରପାଳିକାର କୁଆଁସ ମଙ୍ଗଳାମନ୍ଦିର ନିକଟ ଅଞ୍ଚଳ, ଫେକର କାର୍ଯ୍ୟାଳୟ ଅଞ୍ଚଳ, ପୁରୁଣାବଜାର ବାବୁସାହି, ୯ ନଂ ଓ୍ୱାର୍ଡର ପିଡବ୍ଲìଡି କଲୋନୀ, ଚରମ୍ପା ମିଶନ ସ୍କୁଲ ଅଞ୍ଚଳ, ଅପର୍ତ୍ତିବିନ୍ଧା, ବନ୍ତ ବ୍ଲକର କଟିଣା ଗାଁକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି । ସେହିପରି କଣ୍ଟେନମେଣ୍ଟ ଥିବା ବାସୁଦେବପୁର ବ୍ଲକର ଜୁଲିଆ ହାଇସ୍କୁଲ ଓ ଧାମନଗର ବ୍ଲକର କୋଠାର କଲେଜରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରି ନିଆଯାଇଛି ।