Odisha news

କୋରାପୁଟ ଜିଲ୍ଲାରେ ଆଜି ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତ ଙ୍କ ସଂଖ୍ୟା ମୋଟ ୮୧୩ ରେ ପହଂଚିଲା।

0
ବୋରିଗୁମ୍ମା (କେ.ସାକିଲି ଦୋରା) : କୋରାପୁଟ ଜିଲ୍ଲାରେ ଦିନ କୁ ଦିନ କରୋନା ମହାମାରୀ ଭୟାବହତା ଦେଖାଇଚାଲିଛି। ଆଜି ଶନିବାର ଦିନ  ୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮୧୩ ରେ ପହଂଚିଲା। ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ନୂଆ ଆକ୍ରାନ୍ତ ଙ୍କ ସଂଖ୍ୟା କମୁ ନାହିଁ। ଜିଲ୍ଲାର ପ୍ରତି ବ୍ଲକ ଓ ପୌରପାଳିକା ରେ କରୋନା ଆକ୍ରାନ୍ତ ଙ୍କ ବୃଦ୍ଧି ପାଉଛି।
ଜୟପୁର ପୌରପାଳିକା ରେ ଆଜି ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ବ୍ଲକ ଓ ପୌରପାଳିକା ରେ ୮ ଜଣ ଚିହ୍ନଟ ହୋଇଛନ୍ତି। ବୋରିଗୁମ୍ମା ବ୍ଲକ କଥା ନ କହିବା ଭଲ। ପ୍ରତି ଦିନ ବ୍ଲକ ର ସଦର ମହକୁମା ଓ ଗ୍ରାମାଞ୍ଚଳ ରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବୋରିଗୁମ୍ମା ବ୍ଲକରେ ୪ ଜଣ ନୂଆ ଚିହ୍ନଟ ହୋଇଛନ୍ତି।
ତିନି ଜଣ ଡେଂଗପଦର ଗ୍ରାମର ହୋଇଥିବା ବେଳେ ଜଣେ ଅଂଚଲା ଗ୍ରାମର ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ବ୍ୟାରୀକେଟ ଲଗାଯାଇଛି। କୋରାପୁଟ ଜିଲ୍ଲାପାଳ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଅଗଷ୍ଟ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ମିଳିପାରିବ ନାହିଁ।
Govt
Leave A Reply