Odisha news

ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ଜଣେ ମୃତ 

0
ବାଲିଗୁଡା, ତା, ୦୩/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): ପୋଖରୀରେ ବୁଡ଼ି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ ବ୍ରାହାସାଲକା ଗ୍ରାମର ମସ୍ତରାମ ପ୍ରଧାନ (୫୫) ବୋଲି ଜଣାପଡିଛି। ଏହି ଦୁଃଖଦ ଖବର  ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଖେଳିଯାଇଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ବ୍ୟକ୍ତିଜଣକ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ କୌଣସି କାରଣବଶତଃ ତାଙ୍କର ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ପାଣି ରେ ବୁଡ଼ି ଯାଇଥିଲେ। ସେ ବେଶ୍ କିଛି ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ବହୁତ ଖୋଜା ଖୋଜି ପରେ ପୋଖରୀ ମଧ୍ୟରୁ ତାଙ୍କୁ ଗାଁ ଲୋକ ଦେଖି ତୁରନ୍ତ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ମୃତ ବ୍ୟକ୍ତି ଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ଙ୍କ ସହାୟତାରେ ତାଙ୍କୁ ତୁରନ୍ତ ନିକଟସ୍ଥ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ‘ମୃତ’ ବୋଲି ଘୋଷଣା କରିଥିଲେ। ଦାରିଙ୍ଗବାଡି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଖବର ପାଇ ମୃତ ଶରୀର ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛନ୍ତି ଏବଂ ଘଟଣାର ଅଧିକ ତଦନ୍ତ ପୋଲିସ ଚଲାଇଛନ୍ତି।
Govt
Leave A Reply