(Dillip panigrahi) : ଓଡିଶା ଅମଲା ସଂଘ,ଗଂଜାମର 4ଜଣ ବରିଷ୍ଠ ସଭ୍ୟ ତଥା ଖଲିକୋଟ ତହସିଲର ବରିଷ୍ଠ ସହାୟକ ସତିଦାନଂଦ ପଟନାୟକ,ଜଗନ୍ନାଥ ପ୍ରସାଦ ବ୍ଳକର ସେକ୍ସନ ଅଫିସର ଅରୁଣ କୁମାର ବେହେରା,ଭୁ ଅର୍ଜନ ବିଭାଗର ଉପେନ୍ଦ୍ର କୁମାର ସାହୁ,ତିକିଟି ତହସିଲର ଉପ ବିଭାଗୀୟ ଅଧିକାରୀ, ପଦ୍ମ ତରଣ ତ୍ରିପାଠୀଂକ ବିୟୋଗରେ ଓଡିଶା ଅମଲା ସଂଘ ଗଂଜାମ ତରଫରୁ ସଭାପତି ସୁଦାମ କୁମାର ପାଣିଗ୍ରାହିଂକ ଅଧ୍ୟକ୍ଷତାରେ ଏନ ଜି ଓ ହାଲ ଠାରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ସାଧାରଣ ସଂପାଦକ,ପ୍ରସନ କୁମାର ତ୍ରିପାଠୀ, ରାଜ୍ୟ ଉପଦେଷ୍ଟା, ସୁଦାମ ପାଣିଗ୍ରାହୀ, ସଂପାଦକ ବିଶ୍ବଜିତ ସାହୁ,ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି,ଗଂଜାମ ସଂପାଦକ କିରଣ କୁମାର ପାଢୀ,ସଭାପତି ସମୀର କୁମାର ଆଚାର୍ଯ୍ୟ,କେଷାଧ୍ୟକ୍ଷ ଶ୍ରୀକାନ୍ତ ମହାପାତ୍ର, ଅମଲା ସଂଘର ଦିଗାମ୍ବର ପାତ୍ର ପ୍ରମୁଖ ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ତତ୍ ସଙ୍ଗେ ସଙ୍ଗେ ସରକାର ଉପରୋକ୍ତ ବ୍ୟକ୍ତି ବିଶେଷଙ୍କୁ କରେନା ଯେ।ଧା ରୁପେ ଘେ।ଷଣା କରିବା ନିମନ୍ତେ କାଯକତା ମାନେ ଅନୁରୋଧ କରିଛନ୍ତି।
