Odisha news

ବାପା ହେଲେ ପାଣ୍ଡ୍ୟା

0

ନୂଆଦିଲ୍ଲୀ,୩୦ା୭(ଏଜେନ୍ସି): ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତୃତ୍ୱ ଲାଭ କରିଛନ୍ତି । ଗୁରୁବାର ପନିୀ ନତାସା ଷ୍ଟାନକୋଭିକ୍‌ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଟ୍ୱିଟରରେ ପାଣ୍ଡ୍ୟା ନବଜାତ ପୁତ୍ର ସନ୍ତାନର ଫଟୋ ପୋଷ୍ଟ କରି ଖୁସି ଖବର ଜଣାଇଛନ୍ତି । ଭଦଦୋରାରେ ପାଣ୍ଡ୍ୟାଙ୍କ ପୁଅ ଜନ୍ମ ହୋଇଛି । ଗତ ମେ’ ମାସରେ ପନିୀ ନତାସା ଗର୍ଭବତୀ ଥିବା ପାଣ୍ଡ୍ୟା ଜଣାଇଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡ୍ୟା-ନତାସାଙ୍କ ଫଟୋ ଭାଇରାଲ ହୋଇଥିଲା । ପାଣ୍ଡ୍ୟା ବାପା ବନିବାର ଖୁସି ଖବର ପ୍ରଘଟ ହେବାପରେ ଅଧିନାୟକ ବିରାଟ କୋହଲି ପ୍ରଥମ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ପାଣ୍ଡ୍ୟାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଜାନୁଆରୀ ୧ରେ ନାତାସାଙ୍କ ସହ ନିର୍ବନ୍ଧ ଫଟୋ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଫଟୋ କ୍ୟାପସନ୍‌ରେ ଲେଖିଥିଲେ ଯେ, ‘ମେ ତେରା, ତୁ ମେରୀ, ଜାନେ ସାରା ହିନ୍ଦୁସ୍ତାନ’ । ଲୁଚାଛପାରେ ନତାସାଙ୍କ ସହ ନିର୍ବନ୍ଧ, ଲକ୍‌ଡାଉନ୍‌ରେ ବିବାହ ଓ ଏବେ ବାପା ବନିବା ଖବର ତାଙ୍କ ପ୍ରଶଂସକ ତଥା ଟିମ୍‌ ଇଣ୍ଡିଆର ସବୁ ଖେଳାଳିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

Leave A Reply