ଡେରାବିଶ : ଚଳିତ କରୋନା ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଥିବା ଡେରାବିଶ ବ୍ଲକ ଅଂଚଳର ଜନୈକ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇ ପଡିଥିବା ଜଣାଯାଇଛି । ଏହା ଏହି ବ୍ଲକ ଅଂଚଳ ଏହା ପାଇଁ ପ୍ରଥମ ଘଟଣା ହୋଇଥିବା ବେଳେ ସମ୍ପୃକ୍ତ ଆକ୍ରାନ୍ତ ଜଣକ ଜଣେ ୨୮ ବର୍ଷିୟ ଯୁବକ ଅଟନ୍ତି ।
ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫାର୍ମସିଷ୍ଟ ଭାବେ କାର୍ଯ୍ୟରତ ଥାଇ କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ ଥିଲେ । ତାଙ୍କର ପଜେଟିଭ୍ ବାହାରିବା ପରେ ସୋମବାର ଠାରୁ ତାଙ୍କୁ କୋଭିଡ଼୍ ହସପିଟାଲ୍ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ତେବେ ବ୍ଳକ ଅଧୀନ ବାଲିଆ ପଂଚାୟତ ବାଲିଆ ଗ୍ରାମରେ ନିଜ ଘରେ ଆକ୍ରାନ୍ତ ଜଣକ ରହିଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଦଶ କ୍ରମେ ବାଲିଆ ସରପଂଚ ଜୟନ୍ତି ମହାନ୍ତି ମଙ୍ଗଳବାର ସନ୍ଧ୍ୟା ୫ଟା ଠାରୁ ଆସନ୍ତା ୭ ଦିନ ପାଇଁ ଏହି ପାଂଚୟତର ୫ ନଂ ଓ ୬ ନଂ ଦୁଇଟି ୱାର୍ଡ଼କୁ କଂଟେନ୍ମେଂଟ ଜୋନ୍ ଘୋଷଣା କରିଛନ୍ତି ।
