Odisha news

ଆଜିଠୁ ମାଓବାଦୀଙ୍କ ସହୀଦ ସପ୍ତାହ,କନ୍ଧମାଳରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା

0

ଫୁଲବାଣୀ(santosh mishra) : ଆଜିଠୁ ମାଓବାଦୀଙ୍କ ସହୀଦ ସପ୍ତାହ ଆରମ୍ଭ ହୋଇଛି । ଏହା ଆସନ୍ତା ଅଗଷ୍ଟ ୩ ତାରିଖ ଯାଏଁ ଚାଲିବ । ଫଳରେ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି କନ୍ଧମାଳ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସଓଜି ଓ ଡିଭିଏଫ ଜବାନ ମାନଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ମାଓଇଲାକା ଗୁଡିକରେ କମ୍ବିଂ ଅପରେସନକୁ ଯୋରଦାର କରାଯାଇଛି । ଜିଲ୍ଲାର ସୀମାକୁ ସୀଲ କରାଯିବା ସହ ଗାଡିମଟର ଯାଂଚକୁ ମଧ୍ୟ କଡାକଡି କରାଯାଇଛି । ପୋଲିସ ପେଟ୍ରୋଲିଂକୁ କଡାକଡି କରାଯାଇଛି ଜିଲ୍ଲାରେ ।

ଏହି ସହୀଦ ସପ୍ତାହ ଅବସରରେ ମାଓବାଦୀ ମାନେ ସାଧାରଣ ଲୋକଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଚଳିତ ଜୁଲାଇ ମାସରେ ପୋଲିସ କମ୍ବିଂ ସମୟରେ ୭ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ ।  ବିଭିନ୍ନ ମାଓକ୍ୟାମ୍ପ ଗୁଡିକୁ ମଧ୍ୟ ଧ୍ୱଂସ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲା । ଫଳରେ ମାଓବାଦୀମାନେ ମଧ୍ୟ  ପ୍ରତିଶୋଧ ପରାୟଣ ହୋଇଥିବା ଜଣାପଡିଛି । ଏହି ସହୀଦ ସପ୍ତାହ ମଧ୍ୟରେ ମାଓବାଦୀ ମାନେ କିଛି ଗୋଟାଏ ବଡ ଧରଣର ଅଘଟଣ ଘଟାଇପାରନ୍ତି । ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ରହିଥିବା ରହିଥିବା  ସହ ମାଓ ମୁକାବିଲା ଲାଗି ପ୍ରସ୍ତୁତ ରହି ମାଓ ଗତିବିଧି ଉପରେ ସତର୍କ ନଜର ରଖିଥିବା କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ଟ୍ୱିଟ ଯୋଗେ ସୁଚନା ଦେଇଛନ୍ତି ।

 

Nalco
Leave A Reply