୨୯ ତାରିଖଠାରୁ କନ୍ଧମାଳର କଣ୍ଟନମେଣ୍ଟ ଜୋନ ବ୍ୟତୀତ ସବୁ ଅଂଚଳକୁ ଲକଡାଉନ୍ ଘୋଷଣା : ଲକଡାଉନ୍ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରହିବ
ଫୁଲବାଣୀ : କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାସହିତ ଜିଲାର ଲୋକମାନଙ୍କର ସମସ୍ତ ପ୍ରକାରର ସୁବିଧା ଅସୁବିଧାକୁ କିଛି ମାତ୍ରରେ ସରଳ କରିବାପାଇଁ କନ୍ଧମାଳ ଜିଲ୍ଲାର ସମସ୍ତ କଣେନମେଣ୍ଟ ଅଂଚଳ ଭାବରେ ଘୋଷଣା କରାଯାଇଥିବା ଅଂଚଳ ଗୁଡିକ ବ୍ୟତୀତ ଅନ୍ୟ ସବୁ ଅଂଚଳ ଗୁଡିକ ୨୯ ତାରିଖ ଠାରୁ ୧୦ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୯ ତାରିଖଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୧୦ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି ।
ଏହି ସମୟ ମଧ୍ୟରେ କେବଳ ସେହି ଲକଡାଉନ ଅଂଚଳ ଗୁଡିକରେ ସମସ୍ତ ବ୍ୟାଙ୍କଗୁଡିକ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସେବା ପ୍ରଦାନ କରିବେ ଅତି ଜରୁରୀ ନଥିଲେ ବ୍ୟଙ୍କ ଗୁଡିକରେ ଯାଇ ଭୀଡ ନକରି ଅନଲାଇନ୍ ବ୍ୟାଙ୍କୁଙ୍ଗ କରି ନିଜ ଘରେ ସୁରକ୍ଷିତ ଭାବରେ ରହିବାକୁ ଜିଲା ପାଳ ପରାମର୍ସ ଦେବା ସହିତ ଜିଲାର ଘୋଷଣା କରାଯାଇଥିବା ଲକଡାଉନ ଅଂଚଳରେ ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କିରାନା ଜିନିଷ,ପନିପରିବା,ଅଣ୍ଡା,ମାଛ ମାଂସ ଖିର ପାଉଁରୁଟି ଦୋକାନ ଦୋକାନ ଖୋଲାଯିବ ଗ୍ରାହକ ମାନେ ମାସ୍କ ପିନ୍ଧିବା ସହିତ ସାମାଜିକା ଦୁରତା ବଜାୟ ରଖି ସେମାନଙ୍କର ଆବସ୍ୟକୀୟ ଜିନିଷ କିଣିପାରିବେ । ବିଦୁ୍ୟତ ବିଭାଗ,ଟେଲିକମ ବିଭାଗ,ଜଳେଯାଗାନ ବିଭାଗ,ସମେତ େଓøଷଧ ଦୋକାନ,ପେଟୋ୍ରଲ ପମ୍ପ,ଆଦି ଖୋଲା ରହିବ । କୌଣସି ବ୍ୟକ୍ତିଙ୍କ ଶବ ସଂସ୍କାର କରିବାକୁ ହେଲେ ସମ୍ପୃକ୍ତ ଅଂଚଳର ଥାନା ଅଧିକାରିଙ୍କ ଅନୁମତି ନେଇ କରାଯ୍ଧବ ପାରି ବୋଲି ଆଜି କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଚିଠି ଜରିଆରେ ଏହି ନିଦେ୍ର୍ଦଶ ଦେଇଛନ୍ତି ।
ଏହି ସମୟ ମଧ୍ୟରେ କୋ÷ଣସି ବ୍ୟକ୍ତି ଜିଲା ପ୍ରଶାସନର ବିନା ଅନୁମତିରେ ଜିଲ୍ଲା ବାହାରକୁ ଯାଇ ପାରିବେ ନାହିଁ । ଅତି ଜରୁରୀ ପରିସ୍ଥିତିରେ ଉପଜିଲ୍ଲାପାଳଙ୍କ ଅନୁମତି ନେଇ ସହର ବାହାରକୁ ଯାଇ ପାରିବେ ଜିଲାରେ ଗାଡିମଟର ଚଳାଚଳ ମଧ୍ୟ ବନ୍ଦ ରହିବ । ସମସ୍ତ ଜରୁରୀ କାଳୀନ ବିଭାଗ ଗୁଡିକର ସରକାରୀ କର୍ମଚାରୀ ମାନେ ସେମାନଙ୍କର ପରିଚୟ ପତ୍ର ଦେଖାଇ ସେମାନଙ୍କର କାମକୁ ଯାଇ ପାରିବେ । ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ସେମାନଙ୍କର ପରିଚୟପତ୍ର ଦେଖାଇ ସେମାନଙ୍କର କାର୍ଯ୍ୟ କ୍ଷେତ୍ରକୁ ଯାଇ ପାରିବେ ବୋଲି ନିଦେ୍ର୍ଧଶ ରହିଛି ।