ଔପଦା : ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ ପାଇଁ ଲୋକମାନେ ଆତଙ୍କିତ ଥିବା ସମୟରେ ନିର୍ଦ୍ଦିଷ୍ଠ ଦଳର ଜଣେ ଯୁବନେତା ବିଲକୁ କେନ୍ଦ୍ର କରି ଔପଦା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଦୁର୍ବବ୍ୟବହାର ସହ ମାଡମାରିବା ଔପଦା ଅଞଳରେ ଚର୍ଚାର ବିଷୟ ପାଲଟିଛି । ଏହି ସମ୍ବେଦନ ଶୀଳ ଘଟଣାକୁ ନେ ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ,ଏସପି,ପିଡି,ଉପଜିଲ୍ଲାପାଳ ଓ ଔପଦା ଥାନାରେ ଅଭିଯୋଗ ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ବ୍ଲକର ଯନ୍ତ୍ରୀ ତଥା ବ୍ଲକ କୋଭିଡ-୧୯ର ନୋଡାଲ ଅଫିସର ଭକ୍ତରଞନ ମହାନ୍ତି ପ୍ରାୟ ଦିନ ୧୦.୪୫ ମିନିଟରେ ବ୍ଲକ ଡେଭେଲପମେଂଟ କାର୍ଯ୍ୟାଳୟରେ ଥରବା ବେଳେ ହଠାତ ଶୟାମସୁନ୍ଦର ପୁରୁ ପଞାୟତର ଯୁବ ନେତା ଦିପକ ରଞନ ଦାସ (ଲୁନା) ସେଠାରେ ପହଞି ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ତୁମେ ହୋଇଥିବା କାମର ବିଲ କରୁନାହଁ,ମୋଟା ଅଙ୍କର ପିସି ନେଉଥିବା ଅଭିଯୋଗ ହେଉଛି ବୋଲି କହି ଦୁର୍ବବ୍ୟବହାର କରିବା ସଂଘେ ମାଡ ମାରିଥିବା ଅଭିଯେଗା ହୋଇଛି ।
ଏହାକୁ ନେଇ ଡେଭଲପମେଂଟ କାର୍ଯ୍ୟାଳୟରେ ଥିବା ବରିଷ୍ଠ କିରାଣୀ ଯଗବନ୍ଦୁ ମାଝୀ ଓ କିରାଣୀ ରାଜେନ୍ଦ୍ର କୁମାର ମହନ୍ତ ପରିସ୍ଥିତି କୁ ସାନ୍ତ କରାଇଥିବା ବେଳେ ଯନ୍ତ୍ରଝୀ ଶ୍ରୀ ମହାନ୍ତ ଘଟଣା ସଂପର୍କରେ ବିଡିଓଙ୍କ ଠାରେ ଲିଖିତ ଭାବେ ଜଣାଇ ଥିଲେ । ବିଡିଓ ସନ୍ତୋଷ କୁମାର ପତି କାର୍ଯ୍ୟାଳୟ ପରିସରରେ ଯନ୍ତ୍ରୀଙ୍କ ଉପରେ ଏ ପ୍ରକାର ଦୁର୍ବବ୍ୟବହାର ଓ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲାପାଳ ,ଏସପି,ଜିଲ୍ଲା ପକଳ୍ପ ନିଦେ୍ର୍ଦଶକ,ନିଳଗିରୀ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଔପଦା ଥାନାରେ ।
ଭିଯାଗ କରିଥିବା କଥା ଜଣାଇଛନ୍ତି । ଏ ଘଟଣ ।ସଂପର୍କରେ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ମୁଁ କାମ ବିଷୟରେ ଜାନିନାହିଁ କି ସେ ପଞାୟତ ଦାଇତ୍ୱରେ ନଥିବା ବେଳେ ଯନ୍ତ୍ରୀ ଗୟାଧର ସିଂ ପଞାୟତ ଦାଇତ୍ୱରେ ଅ ଛନ୍ତି । ତେବେ ୨୦୧୯ ମସିହାରେ ମାତ୍ର ତିନିମାସ ପାଇଁ ଅସ୍ଥାୟୀ ଭାବେ ଶ୍ୟାମସୁନ୍ଦରପୁରୁ ପଞାୟତ ର କାର୍ଯ୍ୟଭାର ଦାଇତ୍ୱରେ ଥିଲି ,ଉକ୍ତ ପଞାୟତର ଦିପକ ରଞନ ଦାସ କାର୍ଯ୍ୟାଳୟକୁ ଯାଇ ବିଲ ସଂପର୍କରେ ମୋତେ ଦୁର୍ବ ବ୍ୟବହାର କରି ମାଡ ମାରିଥିବା ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ।ଭାବନୀୟ ଘଟଣା ସଂପର୍କରେ ବିଡିଓ ଶ୍ରୀ ପତିଙ୍କୁ ପଚାରିବାରୁ ବ୍ଲକ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତି ଯନ୍ତ୍ରୀଙ୍କୁ ଦୁର୍ବବ୍ୟବହାର କରିବା ସହ ମାଡ ମାରିବା ସଂପର୍କରେ ଉଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ସଂଗେ ଥାନାରେ ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
