ଧାମରା :ସରକାରଙ୍କ ନିୟମକୁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଫୁ କରି ଦେଇଛନ୍ତି । ମାସିକିଆ କିସ୍ତି ନ ଦେବା ପାଇଁ ନିୟମରେ କୁହାଯାଇଛି । ଏସବୁକୁ ଏମାନେ ଖୁଲମ୍ଖୋଲା ବେଖାତିର କରୁଛନ୍ତି । ଯାହାର ଏକ ଉଦାହରଣ ଧାମରା ଏରିଆରେ ଦେଖିବାକୁ ମିଳିଛି । ଏହାକୁ ନେଇ ବିଭିନ୍ନ ଗାଁରେ ମହିଙ୍କର ମେଳି ବସିଛି । କିସ୍ତି ଆଦାୟକାରୀ କର୍ମଚାରୀଙ୍କୁ ମହିଳା ଗ୍ରୁପ କଡା ବିରୋଧ କରିଛନ୍ତି । ଧାମରାସ୍ଥିତ ବାଁଶଡା ଗାଁରେ ଏପରି ପ୍ରଥମେ ଘଟଣା ଘଟିଛି ।
ଖବର ନେବାରୁ ଜଣା ଯାଇଛି ଯେ, ୫ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଧାମରାରେ କାର୍ଯ୍ୟାଳୟ ଖୋଲିଛନ୍ତି । ଗାଁରେ ଥିବା ମହିଳା ମାନଙ୍କୁ ନେଇ ମହିଳା ଗ୍ରୁପ ଗଠନ କରିଛନ୍ତି । ଆଧାର କାଡ ର୍ସହିତ ବ୍ୟାଙ୍କ୍ ସଞ୍ଚୟ ଖାତାର ନକଲ କପି ନେଇ ଏମାନଙ୍କୁ ୧ ଭର୍ଷ ପୂର୍ବରୁ ୨୦ ରୁ ୪୦ ହଜାର ପଯର୍ୟନ୍ତ ଋଣ ଦେଇଛନ୍ତି । ପ୍ରତି ଋଣୀ ପିଛା ବୀମା ନାଁରେ ୧୨୪୫ ଟଙ୍କା ଆଦାୟ କରୁଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ୍ ବୋଲି ଏକ ମହିଳା ଗୃପ୍ର ସଭାନେତ୍ରୀ କୁହନ୍ତି । ସାପ୍ତାହିକ ହିସାବରେ ଋଣର କିସ୍ତି ଆଦାୟ କରିବା ପାଇଁ ଗାକୁ ଏମାନେ ୨୦୧୯ ମସିହା ଜୁଲାଇ ମାସରୁ ଆସୁଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସ ୨୫ ତାରିଖରେ ଲକ୍ ଡାଉନ୍ ଆରମ୍ଭ ହେବା ଦିନ ଠାରୁ ଏହି କିସ୍ତି ଆଦାୟ ବନ୍ଦ ରହିଥିଲା ।
ଏବେ ମଧ୍ୟ ଲକ ଡାଉନ୍ ସହିତ ସଟ୍ ଡାଉନ୍ ପ୍ରକ୍ରିୟା ସାରା ଦେଶରେ ଜାରି ରହିଛି । ଏପରି ପରିସ୍ଥିତିରେ ସାପ୍ତାହିକ କ୍ିସ୍ତି ପାଇଁ ଏହି କର୍ମଚାରୀ ଗାଁକୁ ଆସୁଛନ୍ତି । ଧାମରାସ୍ଥିତ ତେନ୍ତୁଲିଆଡିଆ ଗାଁରେ ଏମାନଙ୍କୁ କଡାକଡି ବିରୋଧ କରା ଯାଇଛି । କରୋନା ସମୟରେ ବେପାର ବଣିଜ ଠପ୍ ହୋଇ ଯାଇଛି । ରୋଜଗାର ସେମିତି କିଛି ନାହିଁ କହିଲେ ଚଳେ । ସୀମିତ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହେଉଛି । କରୋନା ସମୟରେ ମାସିକ/ପାକ୍ଷିକ/ସାପ୍ତାହିକ କିସ୍ତି ବୋଝ ଭାରି ଲାଗୁଛି । ଏଣୁ ତୁମେମାନେ ଏବେ ଫେରି ଯାଅ ବୋଲି କିଛି ମହିଳା ଏମାନଙ୍କୁ ପ୍ରଥମେ କହିଥିଲେ । ଏକଥା ଶୁଣିବାକୁ ଏହି କର୍ମଚାରୀମାନେ ନାରାଜ ଥିଲେ । ସେମାନଙ୍କର ଜିଦ୍ ଥିଲା ଯେମିତି ହେଉ କିସ୍ତି ଟଙ୍କା ଆମକୁ ଦିଅ । ଏହାକୁ ନେଇ ମହିଳା ଗୃପ୍ ଓ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ଉଗ୍ର ରୂପ ଧାରଣ ହେବା ପଯର୍ୟନ୍ତ କଥା ଯାଇଥିଲା । ଶେଷରେ ଏହି ଗାଁର କିଛି ଭଦ୍ରବ୍ୟକ୍ତି ଏଥିରେ ହସ୍ତକ୍ଷେପ କରିଥିଲେ । ଘଟଣାର ସମାଧାନ ହୋଇ କର୍ମଚାରୀ କିସ୍ତି ଟଙ୍କା ନ ନେଇ ଖାଲି ହାତରେ ଫେରିବାକୁ ପଡିଥିଲା । ସେହିପରି ବାଁଶଡା ପଞ୍ଚାୟତ ଛେଡାକ ଗାଁରେ କିସ୍ତି ଆଦାୟକୁ ନେଇ ଝାମେଲା ମଧ୍ୟ ହୋଇଛି ।
କିସ୍ତି ପାଇଁ ଫାଇନାନସର କର୍ମଚାରୀ ଜଣକ ପିଣ୍ଡାରେ ବସି ରହିଥିଲେ । ଏଠାରେ ମଧ୍ୟ ଏହାକୁ ନେଇ ପାଟିତୁଣ୍ଡ ହୋଇଛି । ଏହି ଘଟଣା ସଂପର୍କରେ ବାଁଶଡା ଥାନା ପର୍ଯ୍ୟନ୍ତ ପହଞ୍ଚିଛି । ଅପରପକ୍ଷେ ଏହି ଖବର ପାଇ କର୍ମଚାରୀମାନେ ଆଖି ପିଛୁଳାକେ ଫେରାର ହୋଇଥିଲେ । ଯାହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଋଣର ସାପ୍ତାହିକ କିସ୍ତି ପାଇଁ ବାଁଶଡା ଗାଁକୁ ଫାଇନାନସ୍ର ୩ ଜଣ କର୍ମଚାରୀ ଆସିଥିଲେ । ଏଠାରେ ମହିଳାମାନେ ଏମାନଙ୍କୁ ବସିବା ପାଇଁ ଚୌକି ଦେଇ ନଥିଲେ । କିସ୍ତି ଆଦାୟ ସମ୍ପର୍କିତ ଆଲୋଚନା ପାଇଁ ବୈଠକ ହୋଇପାରି ନାହିଁ । ତିନୋଟି ଗାଁରୁ କର୍ମଚାରୀ ଟଙ୍କାଟିଏ କିସ୍ତି ଟଙ୍କା ଆଦାୟ କରିପାରି ନାହଁନ୍ତି । ବରଂ କିସ୍ତି ଆଦାୟ କରିବାକୁ ଆସି ଅଡୁଆରେ ପଡି ନିରାଶରେ ଫେରିଛନ୍ତି । ଏହିପରି ଧାମରା ଏରିଆର ବିଭିନ୍ନ ଗାଁରେ କର୍ମଚାରୀମାନେ କିସ୍ତି ଆଦାୟ କରିବାକୁ ଆସି ହଇରାଣ ହୋଇଛନ୍ତି । ଏ ସମ୍ପର୍କରେ କର୍ମବାରୀଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । ଏହାକୁ ନେଇ ସାରା ବାଁଶଡା ଏରିଆରେ ଆସନ୍ତୋଷର ଦାନା ବାନ୍ଦୁ୍ୟିବା ଖବର ମିଳିଛି ।
