Odisha news

ସିପିଏମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୭ ଦଫା ସମ୍ବଳିତ ଦାବିପତ୍ର

0

ତିହିଡି (ଯଦୁମଣି ପାଣିଗ୍ରାହୀ ) : କରୋନା ମହାମାରୀ ସମୟରେ କରୋନା ରୋଗୀଙ୍କ ଯାହା ଚିକିତ୍ସା କରାଯାଉଛି ତାହା ଉପଯୁକ୍ତ ହେଉନଥିବା ବେଳେ ଅଣ କରୋନା ରୋଗୀଙ୍କୁ ସାଧାରଣ ଚିକିତ୍ସା ସେବା ଯୋଗାଇବାରେ ଅବହେଳା କରାଯାଉଥିବା ନେଇ ସପିଏମ୍ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିନେଇ ପାର୍ଟି ପକ୍ଷରୁ ୭ ଦଫା ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରେରଣ କରାଯାଇଛି । ସିପଏମ୍ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ମଧ୍ୟରେ ଗାଁ ଗଣ୍ଡାରେ ସାଧାରଣ ରୋଗୀମାନେ ଚିକିତ୍ସା ପାଇଁ ଏଣେତେଣେ ବୁଲୁଥିବା ବେଳେ ସରକାରଙ୍କ ଏଥିପ୍ରତି ନଜର ନାହିଁ ।

କରୋନା ମହାମାରୀକୁ ସଠିକ୍ ଭାବେ ମୁକାବିଲା କରିବା ସହିତ ସରକାର ସାର୍ବଜନିନ ସ୍ୱାସ୍ଥ୍ୟ ସେବାକୁ ସୁନିନିଶ୍ଚିତ କରିବା, ରାଜ୍ୟ ସମସ୍ତ ସରକାରୀ ଓ ବେସରକାରୀ ହସପିଟାଲ ଓ ନର୍ସିଂ ହୋମ୍କୁ ଖୋଲିବା ସହିତ ଅଣକରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା, ଯେକୌଣସି ରୋଗୀଙ୍କୁ ଚିକିତ୍ସା ନକରି ଫେରେଇ ଦିଆନଯିବା ସହିତ ସମ୍ବିଧାନରେ ଉଲ୍ଲେଖ ଥିବା ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଏବଂ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ ଆଇନ୍ଗତ ପଦକ୍ଷେପ ଗ୍ରହଣ କରିବା. କଟକ, ବ୍ରହ୍ମପୁର ଓ ବୁର୍ଲାସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ରାଜ୍ୟର ସମସ୍ତ ମେଡିକାଲ ଓ ହପ୍ସିଟାଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ, ଆଇସିୟୁ, ଭେଣ୍ଟିଲେଟର ଶଯ୍ୟା ପ୍ରସ୍ତୁତ ରଖିବା, ଆବଶ୍ୟକୀୟ ଡାକ୍ତର ଓ କର୍ମ·ରୀର ବ୍ୟବସ୍ଥା କରିବା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍ଲାଇନ୍ ଅନୁଯାୟୀ କରୋନା ମହାମାରୀର ସଂକ୍ରମଣକୁ ନିୟନ୍ତ୍ରଣ କରିବା, ସମସ୍ତଙ୍କର କରୋନା ପରୀକ୍ଷା କରିବା ସହିତ ସମସ୍ତ ଖର୍ଚ୍ଚ ସରକାର ବହନ କରିବା, କୋଭିଡ୍ ହସ୍ପିଟାଲରେ ସମସ୍ତ ସେବା ଯୋଗାଇ ଦେବା, ସମସ୍ତ କରୋନା ଯୋଦ୍ଧାଙ୍କୁ ପିପିଇ କିଟ୍ ଯୋଗାଇଦେବା, ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ସମସ୍ତ ସେବା ଯୋଗାଇ ଦେବା ଆଦି ସୁନିଶ୍ଚିତ କରିବ. କରୋନା ଜନିତ ମୃତକର ସମସ୍ତ ଚିକିତ୍ସା ପ୍ରକ୍ରିୟା ସଂପୃକ୍ତ ପରିବାରକୁ ଅବଗତ କରିବା, ମୃତକ ପରିବାରକୁ ବଞ୍ଚôବା ଯୋଗ୍ୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବା, କରୋନା ରୋଗୀ ଓ କରୋନାରେ ମୃତୁ୍ୟକୁ ନେଇ ସୃଷ୍ଟି ହେଉଥିବା ଅରାଜକତାକୁ ତୁରନ୍ତ ହସ୍ତକ୍ଷେପ କରି ସମ୍ପୂର୍ଣ୍ଣ ବନ୍ଦ କରିବା ଆଦି ଅନ୍ତର୍ଭୁକ୍ତ ଅଟେ ।

ସିପିଏମ୍ ତିହିଡି ଶାଖାର ସମ୍ପାଦକ ବିଷ୍ଣୁ ଦାଶ, ସତ୍ୟବ୍ରତ କୁଣ୍ଡ, ନିର୍ମଳ ଚନ୍ଦ୍ର ଦଳେଇ, ମୁକ୍ତିକାନ୍ତ ଭୋଳ, ନାରାୟଣ ଦାଶ, ପ୍ରଫୁଲ ପାଢୀ, କୃଷ୍ଣଚନ୍ଦ୍ର ମଳିକ, ଅର୍ଜୁନ ବଳ, ଗୟାଧର ସେଠୀ, ଜଗବନ୍ଧୁ ବେହେରା, ଦିଲ୍ଲିପ ନାଥ ଓ ଶିବପ୍ରସାଦ ଦତ୍ତ ପ୍ରମୁଖ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏହି ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି ।

Nalco
Leave A Reply