Odisha news

ଜୁଲାଇ ମାସ ଶେଷ ହେବାକୁ ବସିଲାଣି : କେନାଲ ପାଣି ଅସ୍ତରଙ୍ଗ ବ୍ଲକ ଅଂଚଳବାସୀଙ୍କ ପାଇଁ ସାତ ସପନ

0

ଅସ୍ତରଙ୍ଗ : ଜୁଲାଇ ମାସ ଶେଷ ହେବାକୁ ବସିଲାଣି ।ଅସ୍ତରଙ୍ଗ ବ୍ଲକ ଅଂଚଳରେ ଘୋର ବର୍ଷାର ଅଭାବ ସହ କେନାଲ ପାଣି ଉକ୍ତ ଅଂଚଳବାସୀଙ୍କ ପାଇଁ ସାତ ସପନ । ହେଲେ , ଚାଷୀକୂଳ ଧାନ ରୂଆ ଓ ବେଉଷଣ କରିବା ଲାଗି ତଳି ପକାଇ ତଳି ସବୁ ବର୍ଷା ତଥା ପାଣିର ଅଭାବରୁ ମରିବାକୁ ଯାଉଥିବା ବେଳେ ପାଣିର ଅଭାବ ନେଇ ବିଲ ସବୁ ଶୁଖିଲା ପଡିଥିବା ଦେଖିବାକୁ ମିଳୁଅଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ମାସ ସୁଦ୍ଧା ଅସ୍ତରଙ୍ଗ ଉପକୂଳରେ ୯୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ, ଗଲାବର୍ଷ ଏହି ମାସ ଶେଷ ସୁଦ୍ଧା ପ୍ରାୟ ୧୬୦ ମି.ମି. ରୁ ଉର୍ଦ୍ଧ ବର୍ଷା ହୋଇଥିବା ଜଣାପଡିଥିଲା । ହେଲେ ଏହି ସବୁ ସ୍ୱର୍ତ୍ତେ ଚଳିତବର୍ଷ ଯେଉଁ ଚାଷୀ ମାନେ ସରକାରୀ ବୀହନ ଓ ନିଜେ ରଖିଥବା ବିହନକୁ ଏହି ବର୍ଷର ପ୍ରଥମ ବର୍ଷାରେ ତଳି ପକାଇ ଆଗକୁ ବର୍ଷା ହେଲେ ରୁଆ ବେଉଷଣ କରିବା ପାଇଁ ଆଶା ରଖିଥିଲେ, ତାହା ଅସ୍ତରଙ୍ଗ ଅଂଚଳର ଚାଷି ମାନଙ୍କ ମନରେ ବର୍ଷା ଓ କେନାଲ ଜଳର ଅଭାବ ନେଇ ହତାଶ ଭାବ ସୃଷ୍ଟି କରିଅଛି ।

ଯେଉଁ କିଛି ସ୍ୱଳ୍ପ ବର୍ଷା ହୋଇଥିଲା ଓ ଯାହାର ସବୁ ଖାଲ ଜମୀ ଅଛି ସେମାନେ ପୂର୍ବରୁ ପକାଇଥିବା ତଳିକୁ ଓପାଡି କିଛି କିଛି ରୂଆ ବେଉଷଣ କରୁଥିବାର ଦେଖିବାକୁ ମିଳିଅଛି ଓ ବ୍ଲକ ଅଂଚଳର ୭୫ ଭାଗରୁ ଉର୍ଦ୍ଧ ଚାଷଜମୀ ଚାଷ ନହୋଇ ଜଳର ଅଭାବ ନେଇ ଶୁଖିଲା ପଡିରହିଅଛି । ତତ୍ପରେ ମଧ୍ୟ ଯଦି କେନାଲ ପାଣି ଅସ୍ତରଙ୍ଗ ଆସିଥାଆନ୍ତା ତାହେଲେ କେନାଲ ସଲଗ୍ନ ଅଂଚଳର କେତକ ଚାଷି ବର୍ଷା ଜଳକୁ ଅପେକ୍ଷା ନକରି ରୁଆ ବେଉଷଣ ମଧ୍ୟ କରିଥାଆନ୍ତେ ।

ସେତକ ମଧ୍ୟ ଅଦ୍ୟାବଧି କେନାଲରେ ଦେଖିବାକୁ ମିଳୁନଥିବା ବେଳେ କେନାଲ ଶୁଖିଲା ପଡିଅଛି । ଆଉ କିଛି ଦିନ ମଧ୍ୟରେ ଯଦି ବର୍ଷା ନହୁଏ ତାହେଲେ ଅସ୍ତରଙ୍ଗ ଉପକୂଳ ଅଂଚଳର ଚାଷି ମୁଣ୍ଡରେ ଚଡକ ପଡିବା ସହ ସମ୍ପୁର୍ଣ୍ଣ ଧାନ କ୍ଷେତ ଉଜୁଡି ପଡିବ ବୋଲି ଅନୁମାନ କରାଯାଉଅଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ କେନାଲରେ ପାଣି ଛାଡିବା ସହ ଚାଷିଙ୍କ ସ୍ୱାର୍ଥ ନିମନ୍ତେ ଅନୁଦାନ ରାଶି ଯୋଗାଇ ଦେବାକୁ ଚାଷି ମହଲରୁ ଦାବି ହେଉଅଛି ।

Nalco
Leave A Reply