Odisha news

ବୃଦ୍ଧ ଦମ୍ପତିଙ୍କ ଗୁହାଳ ଘର ଭରଷା : ଆସନ୍ତୁ ଜାଣିବା କଣ ପୁରା ଖବର…..

0

ବଡ଼କେରା: ଅନୁଗୁଳ ବ୍ଲକ ଅନ୍ତର୍ଗତ ମାଟିଆ ସାହି ଗ୍ରାମ ପଚାଂୟତ ମଦନ ମୋହନ ପାଟଣା ଗ୍ରାମର ପଳଉ ବେହେରା (୭୦) ତାଙ୍କ ବୃଦ୍ଧା ସ୍ତ୍ରୀଙ୍କୁ ନେଇ ଏବେ ଏକ ଗୁହାଳ ଘରେ ଏକଶଗଡ଼ ଗାଡ଼ି ଉପରେ ରହୁଥିବା ଏକ ମର୍ମସ୍ପର୍ଶୀ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ପଳଉ ବେହେରାଙ୍କର ୨ ଜଣ ପୁଅଙ୍କର ୨ଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ଆସିଥିଲା । ଗୋଟିଏ ଘର ଜଣେ ପୁଅର ଛାତ ପଡିଯାଇଥିବା ବେଳେ ଅନ୍ୟ ପୁଅର ଛାତ ପକାଇବା ପୂର୍ବରୁ ସେୁ ରହୁଥିବା ଚାଳଘରେ ଗତ ୨ ମାସ ତଳେ ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା ।

ଘର କରିବା ପାଇଁ ସେ ବାକ୍ସରେ ରଖିଥିବା ୪୦ ହଜାର ଟଙ୍କା ସହ ସମସ୍ତ ଆସବାବପତ୍ର ପୋଡି ଯାଇଥିଲା । ପୋଡି ଯାଇଥିବା ଟଙ୍କା ଗୁଡିକୁ ସେ ନିଆଁଲିଭାଇ ଆସିଥିବା କର୍ମଚାରୀଙ୍କୁ ଏବଂ ଅନୁଗୁଳ ତହସିଲଦାର, ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଦେଖାଇଥିଲେ । ଉଭୟ ଅଧିକାରୀ କେବଳ ଉକ୍ତ ବେସାହରା ପରିବାରକୁ ପଲିଥିନ ଖଣ୍ଡିଏ ଲେଖାଏଁ ଦେଇ ପରେ ସରକାରଙ୍କ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଳେ । କିନ୍ତୁ ଏହା ମଧ୍ୟରେ ଉକ୍ତ ପରିବାରକୁ କୋଣସି ସହାୟତା ଦିଆଯାଇ ନାହିଁ ବୋଲି ପଳଉ ପ୍ରକାଶ କରିଛନ୍ତି । ଅନ୍ୟ କୋଣସି ଉପାୟ ନପାଇ ପଳଉ ବେହେରା ଜଣଙ୍କର ଗୁହାଳ ଘରେ ୧୫/୨୦ ଦିନ ହେଲା ରହି ଆସୁଛନ୍ତି । ୩/୪ ସାପ ଆସିବାରୁ ଉଭୟ ବୃଦ୍ଧ, ବୃଦ୍ଧାଗୋଟିଏ ଶଗଡ଼ ଗାଡ଼ିରେ ଆଶ୍ରୟ ନେଇଛନ୍ତି । ଏହାକୁ ଜଣେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ । ତୁରନ୍ତ ଏହି ଦମ୍ପତିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Nalco
Leave A Reply