ଅନୁଗୁଳ: ୨୦୦୪ମସିହାରେ ଜିଲ୍ଲାରେ ଆରମ୍ଭ ହୋଇଥିବା ଜିଲ୍ଲା ସୁବିଧା ଉପଲବଧ କେନ୍ଦ୍ର ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଜିଲ୍ଲା କାର୍ଯ୍ୟାଳୟକୁ ଦୂର ଦୂରାନ୍ତରୁ ଆସୁଥିବା ବିଭିନ୍ନ ବର୍ଗର ଲୋକ ମାନଙ୍କୁ ଏହି କେନ୍ଦ୍ର ମାଧ୍ୟମରେ ସେବା ସୁବିଧା ଯୋଗାଇ ଜିଲ୍ଲା ପ୍ରଶାସନ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ।
ପରବର୍ତୀ ସମୟରେଅନ୍ୟ ଜିଲ୍ଲା ଗୁଡିକ ଏହି ବ୍ୟବସ୍ଥାକୁ ଅନୁସରଣ କରି ଲୋକ ମାନଙ୍କୁ ବିଭିନ୍ନ ସେବା ସୁବିଧା ଯୋଗାଇବାରେ ସଫଳ ହୋଇଥିଲେ । ୨୦୦୫ମସିହାରେ ସୂଚନା ଅଧିକାର ଆଇନ୍ ଆସିବା ପରେ ମଧ୍ୟ ଏହି କେନ୍ଦ୍ର ଚାଲୁଥିଲା । କିନ୍ତୁ କୋ÷ଣସି ଅନିବାର୍ଯ୍ୟ କାରଣ ବଶତଃ ଏହା ବନ୍ଦ ହୋଇପଡି ରହିଥିଲା । ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଜିଲ୍ଲା କାର୍ଯ୍ୟାଳୟର ବିଗତ ବର୍ଷ ଗୁଡିକର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସମୟରେ ଏହି ସୁବିଧା ଉପଲବଧ କେନ୍ଦ ୍ରସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି କେନ୍ଦ୍ର କାର୍ଯ୍ୟକ୍ଷମ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିକଥିଲେ ।
ଏହି କେନ୍ଦ୍ରର ବ୍ୟାଙ୍କ ପାସ୍ ବୁକ୍ରେ ୨ ଲକ୍ଷ ୧୫ ହଜାର ଟଙ୍କା ରହିଛି । ଏହି ଅର୍ଥର ସଠିକ୍ ବିନିଯୋଗ ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ବାହାରେ ଏକ ସ୍ୱତନ୍ତ୍ର ଗୃହରେ ଜଣେ ଅଧିକାରୀ ଓ ଜରେ କିରାଣୀଙ୍କୁ ନେଇ ଚାଲିବ ଜିଲ୍ଲା ସୁବିଧା ଉପଲବଧ କେନ୍ଦ୍ର । ସାଂମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା କାର୍ଯ୍ୟାଳୟ ବାହାରେ ଲୋକ ମାନଙ୍କୁ ହେଲ୍ପ ଡେକ୍ସ ମାଧ୍ୟମରେ ବିନା ମୂଲ୍ୟରେ ବିଭିନ୍ନ ସେବା ସୁବିଧା ଯୋଗାଇ ଦିଆଯିବ । ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ସେବା ଏହି କେନ୍ଦ୍ରରେ କିପରି ଉପଲବଧ ହେବ ସେଥିପାଇଁ ନିୟୋଜିତ କର୍ମଚାରୀ ମୋବାଇଲ ଓ ଜିଲ୍ଲା ୱେବ ସାଇଟ ସାହାଯ୍ୟରେ ତଥ୍ୟ ସଂଗ୍ରହ କରି ଲୋକ ମାନଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି କେନ୍ଦ୍ରର ପାଣ୍ଠି ବୃଦ୍ଧି ନିମନ୍ତେ ଖୁବ୍ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ଓଡେପୁଟୀ କଲେକ୍ଟର ସୋଫି ସାଇନିକାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।