Odisha news

ମଦ୍ୟପ ଯୁବକଦ୍ୱୟଙ୍କ ଉନ୍ମୃକ୍ତକାଣ୍ଡ : ଏମ୍.ଭି.ଆଇ. ଚେକିଂ ବେଳେ ପୋଲିସ ସହ ହାତାହାତି

0

ଦାନଗଦୀ   : ଟମକା ଥାନା ଅର୍ନ୍ତଗତ କିଆଝର ପଂଚାୟତ ଜନିନ୍ଦାପାଳ ଗ୍ରାମରୁ ଦୁିଜଣ ଯୁବକ ଡୁବୁରୀ ଯାଉଥିବାବେଳେ ଟମକାଥାନା ପକ୍ଷରୁ ଟମକାଠାରେ ବାଇକ ଚେକିଂ କରୁଥିଲେ । ଜନିନ୍ଦାପାଳ ଗ୍ରାମର ଦିପକ ରାଉତ(୨୪) ଏବଂ ବିଦ୍ୟାଧର ମହାରଣା (୨୩)ଙ୍କୁ ପୋଲିସ ତନଖି କରି ସେମାନଙ୍କର ଗାଡି କାଗଜପତ୍ର ଏବଂ ଲାଇସେନ୍ସ ମାଗିବାରୁ ଦିପକ ପୋଲିସକୁ କହିଥିଲେ ଯେ ଏସ୍. ପି. ଆମକୁ କହିଛନ୍ତି ଆମେ ବୁଲିବୁ ଆମକୁ ଚେକିଂ କରାଯିବ ନାହିଁ ତୁମେ ଏସ୍.ପ.ଙ୍କୁ ପଚାର ।

ସେଠରେ ଡ୍ୟୁଟିରେ ଥିବା ଥାନା ଏସ୍.ଆଇ. ମହମ୍ମଦ ସୁରଜ ଖାନଙ୍କ ସହିତ ଅନ୍ୟ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଯୁବକଦ୍ୱୟ  ଯୁକ୍ତିତର୍କ କରିବା ସହିତ ଆକ୍ରମଣ କରବା ସମୟରେ ଥାନା ଅଧିକାରିଣୀ ସଂଘମିତ୍ରା ନାୟକ ଘଟଣା ସଂପର୍କରେ ବୁଝିବାକୁ ଆସିବାରୁ ତାଙ୍କର ମୋବାଇଲ ଏବଂ ଏମ.ଭି. ଫାଇନ କାଟୁଥିବା ମେସିନକୁ ଅଭିଯୁକ୍ତଦ୍ୱୟ  ଭାଙ୍ଗି ଦେଇଥିବା ଜଣାପଡିଛି । ଯୁବକଦ୍ୱୟଙ୍କ କାରକୁ ତନଖି କରିବାରୁ ସେଥିରୁ ୧୦ ବୋତଲ ବିଦେଶୀ ମଦ ସମେତ ଭୂଜାଲି ଜବତ କରାଯାଇଛି । ଏନେଇ ଦୀପକ ଏବଂ ବିଦ୍ୟାଧରଙ୍କୁ ଟମକା ଥାନାରେ ଅଟକ ରଖିବା ସହିତ ଧାରା ୩୪୧,୩୨୩,୨୯୪,୩୦୭,୫୦୬.୩୪(ଆଇ.ପି.ସି) କୋଭିଡ ଆକ୍ଟ ୨୬୯,୧୮୮,୨୭୦, ଓଡିଶା ଅବକାରୀ ଆଇନ ଆକ୍ଟ ୩୦/୫୨ଏ ସହିତ ୫୧/୨୦ ରେ ମାମଳା ରୁଜ୍ଜୁ କରାଯାଇଛି ବୋଲି ଟମକା ଥାନା ଅଧିକାରିଣୀ ସଂଘମିତ୍ରା ନାୟକ ସୂଚନା ଦେଇଛନ୍ତି ।

Ad2
Leave A Reply