Odisha news

ଆଜିଠାରୁ ଫୁଲବାଣୀ କଣ୍ଟେନମେଣ୍ଟ ଜୋନ,ଘରକୁଘର ବୁଲି ଦିଆଯାଉଛି ପରିବା ଓ ଅନ୍ୟାନ୍ୟ ଜିନିଷ

0

ଫୁଲବାଣୀ : କନ୍ଧମାଳ ଜିଲାରେ କରୋନା ସଂକ୍ରମଣ ତୀବ୍ରଗତିରେ ବଢୁଥିବାରୁ ଜିଲା ପ୍ରଶାସନ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଫୁଲବାଣୀ ଏବଂ ବାଲିଗୁଡା ସହରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଷୋଷଣା କରାଯାଇଛି । ସେଥିପାଇଁ ଏହି ଅଂଚଳର ଲୋକଙ୍କୁ ସେମାନଙ୍କର ଘରୁ ବାହାରିବାକୁ ବାରଣ କରାଯିବା ସହିତ ସେମାନଙ୍କର ଅତ୍ୟାବସ୍ୟକୀୟ ସାମଗ୍ରୀ ପନିପରିବା କିରାନା ଜିନିଷ ସସମେତ ଅନ୍ୟନ୍ୟ ଜିନିଷ ସବୁ ଲୋକଙ୍କ ଘରେ ନେଇ ପହଂଚାଇବାକୁ ସହରର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷ ମାନଙ୍କୁ ଜିଲା ପ୍ରଶାସନ ତରଫରୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ତେବେ ଏହାପୁର୍ବରୁ ୪ ଦିନ ଧରି ଫୁଲବାଣୀରେ ସଟଡାଉନ ଘୋଷଣା କରାଯାଇଥିଲା ସେଥିପାଇଁ ଲୋକଙ୍କ ନିକଟରେ ଖାଦ୍ୟ ସାମଗ୍ରୀ କିମ୍ବା ପନିପରିବା ନଥିବାରୁ ସେମାନେ ଭିଡ ନକରିବାପାଇଁ ପୋଲିସ ପକ୍ଷରୁ ଶୃଂଖଳିତ ଭାବରେ ସେମାନେ ସାମାଜିକ ଦୁରତା ରକ୍ଷା କରି ସେମାନଙ୍କର ଆବଶ୍ୟକୀୟ ଜିନିଷ ସବୁ ସଂଗ୍ରହ କରିବେ ସେଥିପାଇଁ ପୋଲିସ ଲୋକଙ୍କୁ ଧାଡିରେ ରହି ଦୁରତ୍ୱ ରକ୍ଷା କରି ଜିନିଷ କିଣିବାରେ ସହାୟତା କରିଥିଲା । ଏଥିପାଇଁ ପ୍ରଶାସନ ତରଫରୁ ସହରର ବିଭିନ୍ନ ଅଂଚଳର ବ୍ୟବସାୟୀ ମାନଙ୍କୁ ଏହି ସାମଗ୍ରୀ ପହଂଚାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

Nalco
Leave A Reply