ଘରେ ରଙ୍ଗ ଦେଉଥିବାବେଳେ ବିଦୁ୍ୟତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କର ମୃତୁ୍ୟ : ଫୁଲବାଣୀରେ କଣ୍ଟେନମେଣ୍ଟ ଜାରୀ ହୋଇଥିବାବେଳେ ଘରେ ରଙ୍ଗ ଦେଉଥିଲେ ଘର ମାଲିକ
ଫୁଲବାଣୀ : ଆଜି ଫୁଲବାଣୀରେ ଥିବା ଅମଲାପଡାଠାରେ ଜଣେ ଲୋକଙ୍କର ଘରକାନ୍ଥରେ ରଙ୍ଗ ଦେଉଥିବାବେଳେ ନିକଟରେ ଥିବା ୧୧ କେଭି ବିଦୁ୍ୟତ ସଂସ୍ପର୍ଶରେ ଆସି ରଙ୍ଗଦେଉଥିବା ଜଣେ ଶ୍ରମିକର ଘଟଣାସ୍ଥଳରେ ହିଁ ମୃତୁ୍ୟ ଘଟିଛି । ସୁଚନା ଅନୁସାରେ ଆଜିଠାରୁ ଫୁଲବାଣୀ ପୌରାଂଚଳକୁ ଜିଲା ପ୍ରଶାସନ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ହୋଇଥିବାବେଳେ ସକାଳ ପ୍ରାୟ ୯ଟା ସମୟରେ ଅମଲାପାଡା ରାସ୍ତାରେ ଥିବା ଉମେଶ ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ତାଙ୍କର ଘରେ ଶ୍ରମିକଙ୍କ ଦ୍ୱାରା ରଙ୍ଗ ଦେଉଥିବାବେଳେ ତାଙ୍କର ଛାତର ବାଲକୋନୀରେ ଠିଆ ହୋଇ ରିଙ୍କୁ ମୁଖି ନାମକ ଜଣେ ଶ୍ରମିକ କାନ୍ଥରେ ରଙ୍ଗ ଦେଉଥିବାବେଳେ ନିକଟରେ ଥିବା ୧୧ କେଭି ବିଦୁ୍ୟତ ସଂସ୍ପର୍ଶରେ ଆସିଥିଲା ଫଳରେ ସେଠାରେ ତାର ଶରୀରର ଅଧିକାଂଶ ଭାଗ ପୋଡିଯାଇଥିଲା ।
ସେଠାରେ ତାର ଶରୀର ଧୁଧୁ ହୋଇ ଜଳୁଥିବା ଆଖପାଖର ଲୋକେ ଦେଖିବାପରେ ପାଟି କରିବାରୁ ସେଠାର ଲୋକମାନେ ତୁରନ୍ତ ବିଦୁ୍ୟତ ବିଭାଗକୁ ଜଣାଇବାରୁ ସେଠାରୁ ବିଦୁ୍ୟତ ସରୋବରାହ ବନ୍ଦ କରାଯାଇଥିଲା । ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସେଠାରେ ପହଂଚି ସେଠାରୁ ତାକୁ ଉଦ୍ଧାର କରିବା ସହିତ ତାକୁ ଫୁଲବାଣୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ । ମୃତ ଶ୍ରମିକର ନାମ ରିଙ୍କୁ ମୁଖି ହୋଇଥିବାବେଳେ ତାର ଘର ଖଜୁରିପଡା ବ୍ଳକ ଅନ୍ତର୍ଗତ ଲାଇନପଡାରେ ବୋଲି ଜଣାପଡିିଛି ।
ସେ ଫୁଲବାଣୀରେ ଏଜେଓ ହାଇସ୍କୁଲ ପଛପଟରେ ଥିବା ମୁଣ୍ଡି ସାହିରେ ତାର ସସୁର ଘରେ ରହୁଥିଲା । ଆଜି ସେଠାରୁତାର ଆଉ ଜଣେ ସହେଯାଗୀଙ୍କୁ ଧରି ସେଠାରେ ରଙ୍ଗଦେବାପାଇଁ ଆସିଥିଲା । ଖବର ପାଇ ଫୁଲବାଣୀ ଟାଉନ ଥାନା ପୋଲିସ ସେଠାରେ ପହଂଚି ଘଟଣାର ତଦନ୍ତ କରିବା ସହିତ ଶବକୁ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତୁ୍ୟ ମାମଲା ୩୪/୨୦ ରୁଜ୍ଜୁ କରି ଘଠଣାର ତଦନ୍ତ କରୁଥିବା ନେଇ ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀଙ୍କ ସୁତ୍ରରୁ ଜଣାପଡିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଫୁଲବାଣୀ ସହରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରା ଯାଇଥିବାବେଳେ ସେଠାରେ ଏହି ଶ୍ରମିକ ମାନେ କିପରି ପହଂଚିଲେ ଏବଂ ସେଠାରେ ଥିବା ଘର ମାଲିକ କିପରି ସେମାନଙ୍କ ଦ୍ୱାରା କାମ କରାଉଥିଲେ ତାହା ବର୍ତମାନ ଏକ ବଡ ପ୍ରଶ୍ନ ବୋଲି ଚର୍ଚ୍ଚା ହେଉଛି ।
