Odisha news

କରୋନା ସମୟରେ ବି ଘରେ ବସି ନାହାନ୍ତି ରାଜନେତା: ଛାତ ଉପରେ ଫଳାଉଛନ୍ତି ଭଳିକି ଭଳି ପନିପରିବା

0

ବାଲିଆପାଳ : କରୋନା ସମୟରେ ଅନେକ ରାଜନେତା ଚୁପଚାପ ଘରେ ବସି ରହୁଛନ୍ତି  । କରୋନା ଭୟରେ ଘରୁ ବିଶେଷ ବାହାରୁ ନାହାନ୍ତି  । କିନ୍ତୁ ଏପରି ସମୟରେ କରୋନା କଟକଣା ଓ ଲକ୍ଡାଉନ ନିୟମକୁ ମାନି ଘରୁ ନ ବାହାରି କର୍ମୀଙ୍କ ସହିତ ପ୍ରତିଦିନ ଫୋନରେ କଥାବାର୍ତ୍ତା କରି ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ସମୟ ବାହାର କରି ନିଜ ଘରର ଛାତ ଉପରେ ଭଳିକି ଭଳି ଫଳ ଫୁଲ ଓ ପନିପରିବା ବଗିଚା କରି ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛନ୍ତି ବାଲିଆପାଳର ଜଣେ ରାଜନେତା  । ସେ ହେଲେ ୨୧ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ  ।

ଶ୍ରୀ ଅଣ୍ଡିଆଙ୍କର ପିଲା ଦିନୁ ଚାଷ ପ୍ରତି ଆଗ୍ରହ ଥିଲା କିନ୍ତୁ ବ୍ୟସ୍ତ ବହୁଳ ନିଜର ବ୍ୟବସାୟ ଏବଂ ରାଜନୈତିକ କାର୍ଯ୍ୟ ଭିତରେ ସେ ଏଥିପାଇଁ ଆଦୈା ସମୟ ପାଉନଥିଲେ  । ଏବେ କରୋନା ସମୟରେ ବିଶେଷ କାମ ନଥିବାରୁ ସେ ନିଜର ୩ ମହଲା ଘରର ୨୦୦୦ ବର୍ଗ ଫୁଟ ଛାତରେ ସ୍ୱତନ୍ତ୍ର ଭାବେ ପାରାପେଟ ନିର୍ମାଣ କରି ଓ ମାଟିକୁଣ୍ଡ ବସାଇ ସେଥିରେ ନିଜେ ତିଆରି କରିଥିବା ଜୈବିକ ଖତ ଦେଇ ଏକ ସୁନ୍ଦର ଉଦ୍ୟାନ କରିଛନ୍ତି  ।

ଛାତ ମଝିରେ ପୁରୁଣା ସିମେଣ୍ଟ କୁଣ୍ଡ, ପ୍ଲାଷ୍ଟିକ ବାଲଟି, ରଙ୍ଗ ଡବା, ପ୍ଲାଷ୍ଟିକ ଟବ୍, ପଲିଥିନ ବ୍ୟାଗ ପ୍ରଭୃତିରେ ମାଟି ଭର୍ତ୍ତି କରି ସେଥିରେ ଭେଣ୍ଡି, କଲରା, ବାଇଗଣ, ବୋଇତାଳୁ, ଲଙ୍କା ପ୍ରଭୃତି ଗଛ ଲଗାଇଛନ୍ତି  । ପ୍ଲାଷ୍ଟିକ ନ୍ୟାଟରେ ମଂଚା ପ୍ରସ୍ତୁତ କରି ଜହ୍ନି, କାକୁଡି, କଲରା, ଝୁଡଙ୍ଗ, ପୋଇ, ଲାଉ ପ୍ରଭତି ଗଛ ମଧ୍ୟ ମଡାଇଛନ୍ତି  । ଏହି ସବୁ ପନିପରିବା ଏବେ ଭଳ ଫଳୁଥିବା ଦେଖିବାକୁ ମିଳୁଛି  । ଏହି ସବୁ ଗଛରେ ପ୍ରତିଦିନ ପାଇପ ଲଗାଇ ପାଣି ଦେବା ସହିତ ସ୍ପ୍ରେ ମ୍ୟାସିନରେ ଔଷଧ ମଧ୍ୟ ସିଂଚନ କରୁଛନ୍ତି  । ଏହି ହାତ ତିଆରି ଉଦ୍ୟାନ ତାଙ୍କୁ ବେଶ ଆତ୍ମ ସନ୍ତୋଷ ଦେଉଥିବା ବେଳେ ସବୁଜ ପନିପରିବା ଖାଇବା ଓ ସାଇପଡିଶାଙ୍କୁ ବାଂଟିବାର ଆନନ୍ଦ ବେସ ନିଆରା ବୋଲି ସେ ପ୍ରକାଶ କରିଛନ୍ତି  ।

ଏହି କାର୍ଯ୍ୟରେ ପତ୍ନୀ ଜୟଲକ୍ଷ୍ମୀ ଅଣ୍ଡିଆ ମଧ୍ୟ ତାଙ୍କୁ ସହଯୋଗ କରିଛନ୍ତି  । ସମୟ ସହିତ ତାଳ ଦେଇ ପାରମ୍ପରିକ କୃଷି ବଦଳରେ ଅଳ୍ପ ସ୍ଥାନରେ ସେ ସୃଷ୍ଟି କରିପାରିଛନ୍ତ ଏଭଳି ଏକ ଉଦ୍ୟାନ ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇଛି  । ସହରାଂଚଳ ଦିନକୁ ଦିନ କଂକ୍ରିଟ ଜଙ୍ଗଲରେ ପରିଣତ ହେଉଥିବାରୁ ଚାଷ ଜମି ସଙ୍କଚିତ ହେଇଯାଉଛି  । ଏପରି ସମୟରେ କଂକ୍ରିଟ ଛାତ ଉପରେ ଶ୍ରୀ ଅଣ୍ଡିଆଙ୍କ ଏଭଳି ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି  । ଏ ସର୍ମ୍ପକରେ ଶ୍ରୀ ଅଣ୍ଡିଆଙ୍କ ମତ ନେବାରୁ ସେ କହିଥିଲେ ଯେ ସମୟ ବହୁତ ମୂଲ୍ୟବାନ, ବର୍ତ୍ତମାନ ସଂକଟ ସମୟରେ ବାହରେ ନ ବୁଲି ନିଜ ଘର ବାଡିରେ ଚାଷବାସ କରିବା ପାଇଁ ସମୟ ଦେବା ସହ ନିଜେ ଓ ନିଜର ପରିବାରକୁ ସୁରକ୍ଷିତ ରଖିପାରିଲେ କରୋନାକୁ ବାଜିମାତ୍ କରାଯାଇ ପାରିବ

Nalco
Leave A Reply