Odisha news

ଜଳେଶ୍ୱର ବ୍ଲକ ଅଞ୍ଚଳରେ ୩ ପଜେଟିଭ୍ : ଅନ୍ୟ ୩ଜଣଙ୍କ ସ୍ୱାବ ସଂଗୃହୀତ

0

ଜଳେଶ୍ୱର : ଆଜି ଜଳେଶ୍ୱର ବ୍ଲକର ୩ଜଣଙ୍କର କରୋନା ପଜେଟିଭ୍ ରିପୋର୍ଟ ଆସିଥିବା ବେଳେ ଅନ୍ୟ ୩ଜଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥିବାରୁ କ୍ୱାରେଣ୍ଟାଇନ୍ ସେଣ୍ଟର୍ ଗୁଡିକରେ ସେମାନଙ୍କୁ ଚିକିସôାର ବ୍ୟବସ୍ଥା କରାଯାଇଛି ।

ଶିଖରପୁର ପଞ୍ଚାୟତର ସୁଖଦୁଖିଆ ଗାଁରୁ ୨ଜଣ ଓ କୋଟସାହି ପଂଚାୟତର ଜମାଳପୁର କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଜଣଙ୍କର ସ୍ୱାବ ପଠାଯାଇଥିବା ବେଳେ ସେମାନଙ୍କର ପଜେଟିଭ୍ ଆସିଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଅନ୍ୟପକ୍ଷରେ କୋଟସାହି ଟିଏମ୍ସି ଓ ଗୁଆଗଡିଆ ଟିଏମ୍ସିରୁ ଜଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥିବାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶ  ।

Nalco
Leave A Reply