Odisha news

ଶବ ପହଞ୍ଚିବା ପରେ ଉତ୍ତେଜିତ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ: ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି

0

ସୋର : ନିଶ୍ଚିନ୍ତପୁର ଗ୍ରାମରେ ଘଟିବା ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ  ବାପା ଈଶ୍ୱର ବେହେରାଙ୍କ ଶବ ଆଜି ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜିତ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା । ଜମିଜମାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡରେ ପୁଅ କାର୍ତ୍ତିକ ବେହେରାଙ୍କର ମୃତୁ୍ୟ ଘଟିଥିଲା ।

ବାପା ଈଶ୍ୱର ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିବା ପରେ ଗ୍ରାମରେ ଉତ୍ତେଜନା ତୀବ୍ର ହୋଇଥିଲା । ଆଜି ଅପରାହ୍ଣରେ ଈଶ୍ୱରଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ  ପଞ୍ଚାୟତର ସରପଞ୍ଚ କମଳାକାନ୍ତ ସେଠୀ ଏବଂ ସମିତି ସଭ୍ୟ ବାସନ୍ତୀ ସ୍ୱାଇଁ, ଜୟନ୍ତ ସ୍ୱାଇଁ, ଡମ୍ବୁର ରାଉତ, ଅରୁଣ ଜେନା, ନୀଳାମ୍ବର ସାହୁଙ୍କ ନେତୃତ୍ୱରେ ହେଁସଗୁଡ଼ାଛକରେ ସୋର-କୁପାରି ରାସ୍ତାକୁ ଅବରୋଧ କରିଥିଲେ ।

ପୁଲିସ୍ ଅଭିଯୁକ୍ତ ଶଶିକାନ୍ତ ଓ ରମେଶ ଓ ମା ସାବିତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ବି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗରୁଡ଼ ବେହେରା, ଶଶିକାନ୍ତଙ୍କ ସ୍ତ୍ରୀ ସସ୍ମିତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ଖବରପାଇଁ ସୋର ଆଇଆଇସି ମଧୁମିତା ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ଏସ୍ଆଇ ଅଶୋକ କୁମାର ମହାନ୍ତି, ଶଚ୍ଚିଦାନନ୍ଦ ଗିରି, ସୂର୍ଯ୍ୟନାରାୟଣ ନାୟକ, ଚନ୍ଦ୍ରଶେଖର ମହାନ୍ତି, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି  ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା

Nalco
Leave A Reply